Monthly Archives

June 2020

ବିଦେଶରେ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ : ଆଇପିଏଲ୍‌କୁ ନେଇ ବର୍ତ୍ତମାନ ସମସ୍ତେ ଚିନ୍ତିତ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଓ ବିଭିନ୍ନ ଦେଶର କ୍ରିକେଟର ସାମିଲ୍ ହେଉଥିବାରୁ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହାକୁ ନେଇ ଖୁବ୍ ବ୍ୟସ୍ତ । କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଛି । କେବେ
Read More...

ଘରୋଇ ଶୁଟିଂ ଇଭେଣ୍ଟ ବାତିଲ୍ ନହେବା ନେଇ ସଂଘ ଆଶାବାଦୀ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ସ୍ଥଗିତ ଓ ବାତିଲ୍ ହୋଇଛି । ଚଳିତ ବର୍ଷ ହେବାକୁ ଥିବା କେତେକ କ୍ରୀଡ଼ା କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲେ ବି ଯଥାଶୀଘ୍ର ଆରମ୍ଭ ହେବା ନେଇ କ୍ରୀଡ଼ା ସଂଗଠନମାନେ ଆଶାବାଦୀ ଅଛନ୍ତି । ଏହି କ୍ରମରେ
Read More...

ପଙ୍ଗପାଳ ଆକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ:ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣର ନିୟନ୍ତ୍ରଣ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପଙ୍ଗପାଳ ଆକ୍ରମଣରୁ ରକ୍ଷା ପାଇବା ପାଇଁ କିପରି ସତର୍କତାମୂଳକ
Read More...

ଲଲିତ ମେହେର ଭିମସାରର ନିର୍ଦ୍ଦେଶକ ନିଯୁକ୍ତ

ସମ୍ବଲପୁର :ଓଡିଶା ସରକାର ଭିମସାରର ନୂତନ ନିର୍ଦ୍ଦେଶକ ରୂପେ ପ୍ରୋ. ଲଲିତ କୁମାର ମେହେରଙ୍କୁ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ସେ ବଲାଙ୍ଗୀର ମେଡିକାଲ କଲେଜର ପ୍ରଥମ ଅଧ୍ୟକ୍ଷ ଥିଲେ । ନୂଆକରି ଗଢି ଉଠି ଥିବା ଏହି ମେଡିକାଲ କଲେଜକୁ ଗତ ତିନିବର୍ଷ ମଧ୍ୟରେ ପ୍ରତିଷ୍ଠିତ କରି ପାରିଥିବା
Read More...

ସୁବର୍ଣ୍ଣପୁରରେ କାୟା ମେଲୁଛି କରୋନା : ୨୫ ଆକ୍ରାନ୍ତଙ୍କ ମଧ୍ୟରେ ଦେଢ଼ବର୍ଷର ଶିଶୁ କନ୍ୟା

ସୋନପୁର : ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ମାତ୍ର ୯ ଦିନ ମଧ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।ଗତ ୨୪ଘଣ୍ଟା ମଧ୍ୟରେ ୧୭ଜଣ ପଜିଟିଭ ଚିହ୍ନଟ ହେବାପରେ ସମଗ୍ର ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଶେଷ କରି କାଲି
Read More...

ଜଳ ଯୋଗାଣ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ

ସମ୍ବଲପୁର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ରତାପ ଉପରେ ଜଳ କଷ୍ଟ ସମ୍ବଲପୁରବାସୀଙ୍କୁ ଅତିଷ୍ଠ କରିଛି । ବର୍ତ୍ତମାନ ମହାନଗର ନିଗମରର କୌଣସି ଅଂଚଳ ଏପରି ସମସ୍ୟାରୁ ବର୍ତ୍ତି ନାହିଁ । ବିଶେଷ କରି ସାକ୍ଷୀପଡା ଅଂଚଳରେ ବର୍ତ୍ତମାନ ପାନୀୟ ଜଳ ଯୋଗାଣ କୁ ନେଇ ଲୋକେ ନାହିଁ ନଥିବା ଅସୁବିଧା
Read More...

ସମ୍ବଲପୁର ଜିଲ୍ଲାରୋ କରୋନା ପଜିଟିଭ ସଂଖ୍ୟା ୧୫ ହେଲା : ନୂଆ ତିନୋଟି ମାମଲା ମଧ୍ୟରୁ ଜଣେ ମହିଳା

ସମ୍ବଲପୁର:ତିନୋଟି ନୂଆ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୫ରେ ପହଞ୍ଚିଛି । ଏହି ଜିଲ୍ଲାରେ ସର୍ବପ୍ରଥମ ପଜିଟିଭ କେସ ଗତ ମେ ୧୭ ତାରିଖରେ ରେଢାଖୋଲ ଉପସମ୍ଭାଗ ଅନ୍ତର୍ଗତ ଲୁହାପଙ୍କ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ କରାଗଲା ଓ ଗତ ୧୯ଦିନରେ
Read More...

କରୋନା ମୁକାବିଲାରେ ଅବହେଳା : ରାତିସାରା ଏଣେତେଣେ ବୁଲିଲେ ପ୍ରବାସୀ ଶ୍ରମିକ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କରୋନା ମୁକାବିଲା ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ କର୍ତ୍ତବ୍ୟରେ କେତେ ସଚେତନ ତା\'ର ନଗ୍ନ ନମୂନା ଦେଖିବାକୁ ମିଳିଥିଲା ହରଭଙ୍ଗା ସଦର ମହକୁମା ଚାରିଛକରେ । ବାଙ୍ଗାଲୋର ଓ କେରଳରୁ ଭୁବନେଶ୍ୱର ଯାଏଁ ନିଜ ଖର୍ଚ୍ଚରେ ରେଳ ଯୋଗେ ଓ ଭୁବନେଶ୍ୱରରୁ ବସଯୋଗେ
Read More...

ରାଜ୍ୟରେ ପୁଣି ୯୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୯୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୪୭୮ରେ
Read More...

୩ ନୂଆ ସହିତ ସମ୍ବଲପୁର ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୧୪ ହେଲା

ସମ୍ବଲପୁର : ଆଜି ତିନୋଟି ନୂଆ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୪ ହେଲା । ଏମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି ଓ ବର୍ତ୍ତମାନ ହସ୍ପିଟାଲରେ ୮ଜଣଙ୍କ ଚିକିତ୍ସା ଚାଲିଛି । ଏମାନଙ୍କ ବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ
Read More...