ତ୍ରିରଙ୍ଗା ପତାକାର କେଉଁ ରଙ୍ଗ କ’ଣ ସୂଚାଏ ଜାଣନ୍ତୁ

0 126

ଆମ ଦେଶ ଭାରତ ଜାତି, ଧର୍ମ, ବର୍ଣ୍ଣ, ଭାର୍ଷା ନିର୍ବିଶେଷରେ ସମସ୍ତ ନାଗରୀକଙ୍କୁ ସ୍ଥାନ ଦେଇ ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଛି । ଭାରତର ଗର୍ବ ଓ ଗୌରବର ପ୍ରତୀକ ହେଉଛି ଜାତୀୟ ପତାକା ତ୍ରିରଙ୍ଗା । ଏହି ତ୍ରିରଙ୍ଗା ପତାକା ତଳେ ଭାରତ ମାତାର ସମସ୍ତ ସନ୍ତାନ ଏକତ୍ରିତ ହୋଇ ଏକତାର ପରିଚୟ ଦେଇଥାନ୍ତି । ବର୍ତ୍ତମାନ ଉତ୍ତୋଳନ କରାଯାଉଥିବା ତ୍ରିରଙ୍ଗା ପତାକାକୁ ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା । ଏହି ପତାକାର ଶୀର୍ଷରେ ନାରଙ୍ଗୀ, ମଧ୍ୟରେ ଧଳା ଓ ନିମ୍ନରେ ସବୁଜ ରଙ୍ଗ ସମାନ ଆୟତନରେ ଥାଏ ଓ ଧଳା ସ୍ଥାନରେ ୨୪ଟି ଅର ବିଶିଷ୍ଟ ଅଶୋକ ଚକ୍ର ଥାଏ । ଏଥିରେ ଥିବା ସମସ୍ତ ରଙ୍ଗ ୨:୩ ଅନୁପାତରେ ଥାଏ । ଏଥିରେ ଥିବା ନାରଙ୍ଗୀ ରଙ୍ଗ ଦେଶ ବାସୀଙ୍କ ବୀରତ୍ୱ ଓ ତ୍ୟାଗର ପ୍ରତୀକ ଅଟେ । ମଧ୍ୟ ଭାଗରେ ଥିବା ଧଳା ରଙ୍ଗ ରାଷ୍ଟ୍ରର ସତ୍ୟ, ଶାନ୍ତି, ସାଧୁତା ଓ ପବିତ୍ରତାର ପ୍ରତୀକ ଅଟେ । ନିମ୍ନ ଭାଗରେ ଥିବା ସବୁଜ ରଙ୍ଗଟି ନମ୍ରତା, ଭଦ୍ରତା, ସମୃଦ୍ଧି, ଉସôାହ, ଉନ୍ନତିର ପ୍ରତୀକ ଅଟେ ଓ ଅଶୋକ ଚକ୍ରଟି ଆମ ଦେଶର ପ୍ରଗତିର ସଙ୍କେତ ଅଟେ ।

hiranchal ad1
Leave A Reply

Your email address will not be published.

17 − four =