ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

0 330

ଖାଦ୍ୟ ଠିକ ଭାବେ ହଜମ ନହେଲେ ଆମକୁ ପ୍ରାୟ ସମୟରେ ବାନ୍ତି ଲାଗିଥାଏ । ତେବେ ଅନ୍ୟ କେତେକ କାରଣରୁ ମଧ୍ୟ ବାନ୍ତି ହୋଇଥାଏ । ଯେପରି ଆମେ ଔଷଧ ଖାଇଲେ ଆମକୁ ବାନ୍ତି ଲାଗେ । ଏହାଛଡ଼ା କେତେକ ରୋଗରେ ମଧ୍ୟ ବାନ୍ତି ଲାଗେ । କେତେକ ଲୋକ ଗାଡ଼ିରେ କୁଆଡେ ଗଲେ ତାଙ୍କୁ ବାନ୍ତି ଲାଗିଥାଏ । ତେବେ ଘରୋଇ ଉପଚାରରୁ ଏପରି ସମସ୍ୟାରୁ ମୁକ୍ତି ପାଇପାରିବା ।

hiring
  • ଏପଟ ସେପଟ ଖାଇବା କାରଣରୁ ବାନ୍ତି ଲାଗୁ ଥିଲେ ଲେମ୍ବୁ ରସରେ କଳା ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ । ଆପଣଙ୍କୁ ତୁରନ୍ତ ଆରାମ ମିଳିବ ।
  • ଅଧିକ ତୈଳଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ଗରମ ହୋଇଯାଏ । ଫଳରେ ବାନ୍ତି ଲାଗିଥାଏ । ତେଣୁ ଜିରାକୁ ଗରମ କରି ତାହାକୁ ଗୁଣ୍ଡ କରି ଦିଅନ୍ତୁ । ଉକ୍ତ ଗୁଣ୍ଡକୁ ଦହିରେ ପକାଇ ସେଥିରେ କଳା ଲୁଣ ମିଶାଇ ପିଅନ୍ତୁ ।
  • ଗର୍ଭଧାରଣ ସମୟରେ ପ୍ରାୟ ମହିଳାଙ୍କ ଠାରେ ବାନ୍ତି ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ବାନ୍ତିରୁ ଆରାମ ମିଳିବ । ଏହାଛଡ଼ା ଗର୍ଭବତୀ ମହିଳାଙ୍କ ପେଟରେ ଓଦା କପଡ଼ା ରଖିଲେ ବାନ୍ତିରୁ ଆରାମ ମିଳିବ ।
  • ଖରା ଦିନରେ ରାତିରେ ଖାଇବା ପରେ ଯଦି ବାନ୍ତି ଲାଗେ ତେବେ ତୁଳସୀ ରସ ସହିତ ମହୁ ମିଶାଇ ସେବନ କରନ୍ତୁ ।
  • ଡାଲଚିନକୁ ଭାଜି ତାହାକୁ ଗୁଣ୍ଡ କରି ଦିଅନ୍ତୁ । ଉକ୍ତ ଗୁଣ୍ଡକୁ ମହୁ ସହିତ ମିଶାଇ ଚାଟି ଚାଟି ସେବନ କରନ୍ତୁ । ବାନ୍ତିରେ ସହାୟକ ହେବ ।
  • କମଳା ଚୋପାରେ ଭିଟାମିନ ସି ମିଳେ । ଯାହା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । କମଳା ଚୋପାକୁ ଗୁଣ୍ଡ କରି ସେଥିରେ ମହୁ ମିଶାଇ ଚାଟି ଚାଟି ଖାଆନ୍ତୁ ଆରାମ ମିଳିବ ।
  • ମସୁର ଡାଲି ସୁପରେ ମିଶ୍ରି ମିଶାଇ ପିଇଲେ ବାନ୍ତି ବନ୍ଦ ହୋଇଯାଏ ।
  • ଡାଳିମ୍ବ ରସରେ ମହୁ ମିଶାଇ ପିଇଲେ ବାନ୍ତି ସମସ୍ୟା ରହେ ନାହିଁ ।
  • ଚଣାକୁ ଭାଜି ତାହାର ସୁପ ତିଆରି କରେ ପିଇଲେ ବାନ୍ତିରୁ ମୁକ୍ତି ମିଳେ ।
hiranchal ad1
Leave A Reply

Your email address will not be published.

eighteen − seventeen =