ନୂଆଦିଲ୍ଲୀ : କୋର୍ଟ ଅବମାନନା ମାମଲାରେ ସୁପ୍ରିମ୍କୋର୍ଟ ଶୁକ୍ରବାର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆକ୍ଷେପମୂଳକ ଟ୍ୱିଟ୍ ମାମଲାରେ ନିଜଆଡୁ ମାମଲା ଗ୍ରହଣ କରି କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ତାଙ୍କୁ କି ପ୍ରକାର ଦଣ୍ଡ ଦିଆଯିବ ସେ ନେଇ ଆସନ୍ତା ୨୦ ତାରିଖରେ ନିଷ୍ପତ୍ତି ହେବ ।
ଅବମାନନା ପାଇଁ ୬ମାସ ଜେଲ ଦଣ୍ଡ ରହିଥିବା ବେଳେ ପ୍ରଶାନ୍ତ ଭୂଷଣଙ୍କୁ କେତେ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ, ତାହା ଅଗଷ୍ଟ ୨୦ରେ ଜଣା ପଡିବ । ଏହି ମାମଲାର ଶୁଣାଣି ସମୟରେ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ଏହି ଟୁଇଟ୍ ଅପ୍ରିୟ ହୋଇପାରେ କିନ୍ତୁ ‘ଅବମାନନା’ ନୁହେଁ । ଏଥିଲାଗି ସେ କ୍ଷମାଯାଚନା ମଧ୍ୟ କରିଥିଲେ । ସୂଚନାଯୋଗ୍ୟ ଯେ, ଭାରତର ମୁଖ୍ୟ ବିଚାରପତି ଏସ ଏ ବୋବଡେ ଏବଂ ଚାରିଜଣ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ବିଷୟରେ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା କରାଯାଇଥିବା ଦୁଇଟି ଆକ୍ଷେପମୂଳକ ପୃଥକ ଟ୍ୱିଟକୁ ନିଜ ଆଡୁ ବିଚାର ଲାଗି ଗ୍ରହଣ କରି ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିଥିଲେ । ଏହା ସହ ଏ ନେଇ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ନୋଟିସ ପଠାଇଥିଲେ ।
ସୂଚନା ମୁତାବକ, ଜୁନ୍ ୨୭ରେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟର ଚାରିଜଣ ମୁଖ୍ୟ ବିଚାରପତି ଗଣତନ୍ତ୍ରର ବିନାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିଯୋଗ କରିଥିଲେ । ଏହା ପରେ ଜୁନ୍ ୨୯ରେ ସେ ବର୍ତ୍ତମାନର ମୁଖ୍ୟ ବିଚାରପତିଙ୍କ ଉପରେ ଜଣେ ବିଜେପି ନେତାଙ୍କ ୫୦ଲକ୍ଷ ଟଙ୍କାର ବାଇକ୍ ଚଢ଼ିବା ଏବଂ ନାଗରିକମାନଙ୍କୁ ନ୍ୟାୟ ପାଇବାର ସେମାନଙ୍କର ମୌଳିକ ଅଧିକାରକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟକୁ ତାଲା ପକାଇ ରଖିଥିବା ଅଭିଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post