ସବୁ ରେକଡର଼୍ ଭାଙ୍ଗିଲା କରୋନା: ଦିନକରେ ରେକଡର଼୍ ୩୨ ହଜାରରୁ ଊଦ୍ଧ୍ୱର୍ ପଜିଟିଭ୍

0 91

ନୂଆଦିଲ୍ଲୀ : ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା । ପ୍ରଥମଥର ପାଇଁ ଗୋଟିଏ ଦିନରେ ମହାମାରୀ କରୋନା ଭାଇରସରେ ୩୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ କରୋନା ୬୦୬ ଜଣଙ୍କ ମୁଣ୍ଡ ନେଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ସର୍ବାଧିକ ୩୨,୬୯୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୬୮,୮୭୬କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୬୦୬ ଜଣଙ୍କ ଜୀବନ ଯିବାରୁ ମୃତ୍ୟୁସଂଖ୍ୟା ୨୪,୯୧୫ ଛୁଇଁଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬,୧୨,୮୧୫ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ ସଂଖ୍ୟା ୩୩୧୧୪୬ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୨,୭୫,୬୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦,୯୨୮ ଜଣ ପ୍ରାଣ ହରାଇଛନ୍ତି । ୧,୫୨,୬୧୩ ଜଣ ସୁସ୍ଥ ହୋଇଛନ୍ତି । ପ୍ରଭାବିତ ତାଲିକାର ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ଓ ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି । ତାମିଲନାଡୁରେ କରୋନା ୧,୫୧,୮୨୦ ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ୨୧୬୭ ଜଣଙ୍କ ମୁଣ୍ଡ ନେଇଛି ।
ସେହିପରି ଦିଲ୍ଲୀରେ କରୋନା ୩୪୮୭ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୧୧୬୯୯୩ ଜଣ ସଂକ୍ରମିତ ହୋଇଛନ୍ତି । ଏଠାରେ ୯୫,୬୯୯ ଜଣ ସୁସ୍ଥ ହୋଇଛନ୍ତି ଓ ଆକ୍ଟିଭ କେସ ସଂଖ୍ୟା ୧୭,୮୦୭ ରହିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୫୨ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୪୬ ଜଣ, ବିହାରରେ ୧୮୦ ଜଣ, ଚଣ୍ଡିଗଡରେ ୧୧ ଜଣ, ଛତିଶଗଡରେ ୨୦ ଜଣ, ଦାଦର ନଗର ହାୱ?ଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୪୮୭ ଜଣ, ଗୋଆରେ ୧୮ ଜଣ, ଗୁଜରାଟରେ ୨୦୭୯ ଜଣ, ହରିୟାଣାରେ ୩୧୯ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୦୬ ଜଣ, ଝାଡଖଣ୍ଡରେ ୩୮ ଜଣ, କର୍ଣ୍ଣାଟକରେ ୯୨୮ ଜଣ, କେରଳରେ ୩୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୮୨ ଜଣ, ମହାରାଷ୍ଟ୍ରରେ ୧୦୯୨୮ ଜଣ, ମେଘାଳୟରେ ୨ ଜଣ, ଓଡିଶାରେ ୭୭ ଜଣ, ପୁଦ୍ଦୁଚେରୀରେ ୨୧ ଜଣ, ପଞ୍ଜାବରେ ୨୨୧ ଜଣ, ରାଜସ୍ଥାନରେ ୫୩୦ ଜଣ, ତାମିଲନାଡୁରେ ୨୧୬୭ ଜଣ, ତେଲେଙ୍ଗାନାରେ ୩୮୬ ଜଣ, ତ୍ରିପୁରାରେ ୩ ଜଣ, ଉତ୍ତରାଖଣ୍ଡରେ ୫୦ ଜଣ, ଉତ୍ତରପ୍ରଦେଶରେ ୧୦୧୨ ଜଣ ଏବଂ ପଶ୍ଚମବଙ୍ଗରେ ୧୦୦୦ ଜଣ ।

hiranchal ad1
Leave A Reply

Your email address will not be published.

five − 5 =