ଚେତାବନୀ ସତ୍ତେ୍ୱ ପାଙ୍ଗୋଙ୍ଗ୍ରୁ ହଟୁନି ଚୀନ୍

0 71

ନୂଆଦିଲ୍ଲୀ : ଭାରତ ଓ ଚୀନ୍ର ସାମରିକ ନେତାମାନଙ୍କ ମଧ୍ୟରେ ଦୀର୍ଘ ୧୪ ଘଣ୍ଟା ଆଲୋଚନା ପରେ ଫିଙ୍ଗର୍ ଏରିଆକୁ (ପାହାଡ ଶୃଙ୍ଗ) ବାଦ ଦେଇ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ସମସ୍ତ ଉତ୍ତେଜନାସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ।
ସମ୍ପୂଣ୍ଣ ସୈନ୍ୟ ପ୍ରତ୍ୟାହାର କରାଇବାକୁ ଉଭୟ ଭାରତ ଓ ଚୀନ୍ ରାଜି ହୋଇଥିବା କଥା ପୂର୍ବ ସୂଚନାରୁ ଜଣାପଡିଥିଲା । କିନ୍ତୁ, ଶୀର୍ଷସ୍ତରୀୟ ସରକାରୀ ସୂତ୍ରରୁ ଜଣାପଡିଛି ଯେ, ପାଙ୍ଗୋଙ୍ଗ୍ ଫିଙ୍ଗର୍ ଅଞ୍ଚଳରୁ ସମ୍ପୂର୍ଣ୍ଣ ହଟିଯିବାକୁ ଚୀନ୍ କୁଣ୍ଠାବୋଧ କରୁଛି । ଆଲୋଚନା ସମୟରେ ଭାରତ ଚୀନ୍କୁ ସ୍ପଷ୍ଟ ଭାବେ କହିଛି ଯେ, ଉଭୟ ପକ୍ଷର ସୈନ୍ୟ ସେମାନଙ୍କ ଯଥାପୂର୍ବ ସ୍ଥାନକୁ ଫେରି ନ ଯିବା କଥା ଅଗ୍ରହଣୀୟ ହେବ ।
ସେହି କାରଣରୁ ଜୁଲାଇ୨୧-୨୨ ଯାଏଁ ଉଭୟ ପକ୍ଷ ସେନା ପ୍ରତ୍ୟାହାର ପ୍ରକ୍ରିୟାକୁ ନିରୀକ୍ଷଣପୂର୍ବକ ତଦାରଖ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ତଦାରଖ କାମ ଉଭୟ ଭାରତ ଓ ଚୀନ୍ର କମାଣ୍ଡର୍ମାନେ କରିବେ ।

hiranchal ad1
Leave A Reply

Your email address will not be published.

20 − 15 =