ଚିକିତ୍ସା ପାଇଁ ଗର୍ଭବତୀ ମହିଳାଙ୍କୁ ମିଳିବ ୭୫୦୦ ଟଙ୍କା

0 108

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃୟାରୀ ମାସରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀ ରାଜ୍ୟ ବୀମା ନିଗମ ଅନୁସାରେ ଆସୁଥିବା ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ୭୫୦୦ଟଙ୍କା ଦେବାର ପ୍ରସ୍ତାବ ରଖା ଯାଇଛି । ଏବେ ଏହି ପ୍ରସ୍ତାବ ଉପରେ ଖୁବ୍‌ ଶୀଘ୍ର ଅନ୍ତିମ ମୋହର ଲଗାଯିବ । ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏହି ସମ୍ବନ୍ଧରେ ଏକ ଡ୍ରାଫ୍ଟ ଜାରି କରିଛି । ଏଥିରେ ହିତଧାରକଙ୍କଠୁ ୩୦ଦିନ ଭିତରେ ନିଜର ମନ୍ତବ୍ୟ ଦେବାକୁ କୁହାଯାଇଛି । ଏହା ପରେ ସରକାର ଅନ୍ତିମ ନିଷ୍ପତ୍ତି ନେବ ।
ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମର ସ୍ୱାସ୍ଥ୍ୟ ବୀମା ଯୋଜନା ଅନୁସାରେ ପ୍ରସୂତି ଖର୍ଚ୍ଚ ବଢ଼ାଇ ୭,୫୦୦ଟଙ୍କା କରିବାର ପ୍ରସ୍ତାବ ରହିଛି । ଏବେ ଏହି ରାଶି ୫୦୦୦ଟଙ୍କା ରହିଛି । ଅର୍ଥାତ୍‌ ୨୫୦୦ଟଙ୍କା ବୃଦ୍ଧିର ପ୍ରସ୍ତାବ ରହିଛି ।
ଇଏସଆଇସିର ସ୍ୱାସ୍ଥ୍ୟ ବୀମା ଯୋଜନା ଅନୁସାରେ ବୀମା କରିଥିବା ମହିଳା କର୍ମଚାରୀ କିମ୍ବା ପୁରୁଷ କର୍ମଚାରୀଙ୍କ ପତ୍ନୀଙ୍କ ପାଇଁ ପ୍ରସୂତି ଖର୍ଚ୍ଚ ଦିଆଯାଇଥାଏ । ଏହି ପ୍ରସୂତି ଖର୍ଚ୍ଚ ସେହି ଲାଭାର୍ଥୀ ମହିଳାଙ୍କୁ ଦିଆଯାଇଥାଏ ଯେଉଁମାନେ ଇଏସଆଇସି ନେଟୱାର୍କର ହସ୍ପିଟାଲ୍‌ କିମ୍ବା ଔଷଧ କେନ୍ଦ୍ର ଯାଏଁ ନ ପହଞ୍ଚି ପାରିବା ଯୋଗୁଁ ଅନ୍ୟ ହସ୍ପିଟାଲରେ ମାତୃତ୍ୱ ସେବାର ଲାଭ ଉଠାଇଥାଆନ୍ତି । ଏହି ମାତୃତ୍ୱ ସହାୟତା କେବଳ ଦୁଇ ଶିଶୁଙ୍କ ପାଇଁ ଉପଲବ୍ଧ କରାଯାଇଥାଏ । ସରକାରଙ୍କ ନିଷ୍ପତ୍ତି ପରେ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ପୂର୍ବରୁ ୨୫୦୦ଟଙ୍କା ଅତିରିକ୍ତ ମିଳିବ ।

hiranchal ad1
Leave A Reply

Your email address will not be published.

5 × 3 =