ପ୍ରଥମ ଟିକା କରୋନା ଯୋଦ୍ଧାଙ୍କୁ ଦିଆଯିବ

0 85

ନୂଆଦିଲ୍ଲୀ : ଭାରତର ପ୍ରଥମ ଟିକା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ସ୍ଥିତିକୁ ଆସିଲେ ପ୍ରଥମେ କାହାକୁ ଦିଆଯିବ ସେ ନେଇ ଦ୍ୱନ୍ଦ୍ୱ ଓ ପ୍ରଶ୍ନ ଲାଗି ରହିଥିଲା । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି । ଭାରତର ପ୍ରଥମ ଟିକା ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି ଯେ, କରୋନା ଭାଇରସ ଟିକା ଉପରେ ବୈଜ୍ଞାନିକମାନେ କଠିନ ପରିଶ୍ରମ କରୁଛନ୍ତି ଏବଂ ଯଦି ସେମାନଙ୍କର ଉଦ୍ୟମ ସଫଳ ହୁଏ ତେବେ କୋଭିଡ -୧୯ ଯୋଦ୍ଧାମାନଙ୍କୁ ପ୍ରଥମେ ଟିକା ଦିଆଯିବ । ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ଏହି ଘୋଷଣା କରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନକୁ ପ୍ରଶଂସା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ଏହା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଐତିହାସିକ ଦିନ । ସ୍ୱାଧୀନତା ଦିବସର ଶୁଭ ଅବସରରେ ଆମର ପ୍ରଧାନମନ୍ତ୍ରୀ ଏହି ମିଶନ ଘୋଷଣା କରିଛନ୍ତି । ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି କହିଥିଲେ କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । କରୋନା ଟିକାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କହିଥିଲେ ଯେ, ୩ଟି ଟିକା ଉପରେ ପରୀକ୍ଷା ଚାଲିଛି । ବୈଜ୍ଞାନିକମାନେ ସବୁଜ ସଙ୍କେତ ଦେବା ପରେ ଆମେ ଏହାର ବହୁଳ ଉତ୍ପାଦନ ପାଇଁ ପ୍ରସ୍ତୁତ ଅଛୁ ।

hiranchal ad1
Leave A Reply

Your email address will not be published.

19 − 10 =