ଦେଶର କରୋନା ମୃତ୍ୟୁ ୩୨ ହଜାର ଟପିଲା

0 63

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୮ ହଜାର ୬୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୫ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୮୫ ହଜାର ୫୭୬ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯୮୫ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୭ ଜଣ, ବିହାରରେ ୨୩୪ଜଣ, ଚଣ୍ଡିଗଡରେ ୧୩ ଜଣ, ଛତିଶଗଡରେ ୩୯ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୮୦୬ଜଣ, ଗୋଆରେ ୩୩ଜଣ, ଗୁଜରାଟରେ ୨୩୦୦ଜଣ, ହରିୟାଣାରେ ୩୮୨ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୩୦୫ଜଣ, ଝାଡଖଣ୍ଡରେ ୮୨ଜଣ, କର୍ଣ୍ଣାଟକରେ ୧୭୯୬ଜଣ, କେରଳରେ ୫୯ଜଣ, ଲଦାଖରେ ୩ ଜଣ, ମଧ୍ୟପ୍ରଦେଶରେ ୭୯୯ଜଣ, ମହାରାଷ୍ଟ୍ରରେ ୧୩୩୮୯ ଜଣ, ମେଘାଳୟରେ ୫ ଜଣ, ଓଡିଶାରେ ୧୩୦ଜଣ, ପୁଦ୍ଦୁଚେରୀରେ ୩୮ଜଣ, ପଞ୍ଜାବରେ ୨୯୧ଜଣ, ରାଜସ୍ଥାନରେ ୬୧୩ଜଣ, ତାମିଲନାଡୁରେ ୩୪୦୯ଜଣ, ତେଲେଙ୍ଗାନାରେ ୪୫୫ଜଣ, ତ୍ରିପୁରାରେ ୧୧ ଜଣ, ଉତ୍ତରାଖଣ୍ଡରେ ୬୩ଜଣ, ଉତ୍ତରପ୍ରଦେଶରେ ୧୩୮୭ଜଣ ଏବଂ ପଶ୍ଚମବଙ୍ଗରେ ୧୩୩୨ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୨୯୦, ଆନ୍ଧ୍ରପ୍ରଦେଶ ୮୮୬୭୧, ଅରୁଣାଚଳ ପ୍ରଦେଶ (୧୧୨୬), ଆସାମ (୩୧୦୮୬), ବିହାର (୩୬୬୦୪), ଚଣ୍ଡିଗଡ (୮୫୨), ଛତିଶଗଡ (୭୦୮୭), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୮୬୦), ଦିଲ୍ଲୀ (୧୨୯୫୩୧), ଗୋଆ (୪୬୮୬), ଗୁଜରାଟ (୫୪୬୨୬), ହରିୟାଣା (୩୦୫୩୮), ହିମାଚଳ ପ୍ରଦେଶ (୨୦୪୯), ଜମ୍ମୁ ଓ କଶ୍ମୀର (୧୭୩୦୫), ଝାଡଖଣ୍ଡ (୭୮୩୬) କର୍ଣ୍ଣାଟକ (୯୦୯୪୨), କେରଳ (୧୮୦୯୮), ଲଦାଖ (୧୨୭୬), ମଧ୍ୟପ୍ରଦେଶ (୨୬୯୨୬), ମହାରାଷ୍ଟ୍ର (୩୬୬୩୬୮), ମଣିପୁର (୨୧୭୬), ମେଘାଳୟ (୬୪୬), ମିଜୋରାମ (୩୬୧), ନାଗାଲାଣ୍ଡ (୧୨୮୯), ଓଡିଶା (୨୪୦୧୩), ପୁଦ୍ଦୁଚେରୀ (୨୬୫୪), ପଞ୍ଜାବ (୧୨୬୮୪), ରାଜସ୍ଥାନ (୩୫୨୯୮), ସିକିମ୍ (୪୯୯), ତାମିଲନାଡୁ (୨୦୬୭୩୭), ତେଲେଙ୍ଗାନା (୫୨୪୬୬), ତ୍ରିପୁରା (୩୮୬୨), ଉତ୍ତରାଖଣ୍ଡ (୫୯୬୧), ଉତ୍ତରପ୍ରଦେଶ (୬୩୭୪୨) ଓ ପଶ୍ଚିମବଙ୍ଗ (୫୬୩୭୭) ।

hiranchal ad1
Leave A Reply

Your email address will not be published.

1 × 4 =