ଦେଶର କରୋନା ସଂକ୍ରମଣ ୧୦ ଲକ୍ଷ ମୁହାଁ

0 54

ନୂଆଦିଲ୍ଲୀ : ଆଜ ସମଗ୍ର ଦେଶରେ ୯୩୬୧୮୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୯୨୦୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୪୩୦୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡିଥିବା ୨୯୪୨୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯୮୪୦ ରହିଛି । ୨୪ ଘଣ୍ଟା ମଧ୍ୟରେ ୫୮୨ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୦୮ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୪୦ ଜଣ, ବିହାରରେ ୧୭୪ ଜଣ, ଚଣ୍ଡିଗଡରେ ୧୦ ଜଣ, ଛତିଶଗଡରେ ୨୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୧ଜଣ, ଦିଲ୍ଲୀରେ ୩୪୪୬ ଜଣ, ଗୋଆରେ ୧୮ ଜଣ, ଗୁଜରାଟରେ ୨୦୬୯ ଜଣ, ହରିୟାଣାରେ ୩୧୨ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୯୫ ଜଣ, ଝାଡଖଣ୍ଡରେ ୩୬ ଜଣ, କର୍ଣ୍ଣାଟକରେ ୮୪୨ ଜଣ, କେରଳରେ ୩୪ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୭୩ ଜଣ, ମହାରାଷ୍ଟ୍ରରେ ୧୦୬୯୫ ଜଣ, ମେଘାଳୟରେ ୨ ଜଣ, ଓଡିଶାରେ ୭୪ ଜଣ, ପୁଦ୍ଦୁଚେରୀରେ ୧୮ ଜଣ, ପଞ୍ଜାବରେ ୨୧୩ ଜଣ, ରାଜସ୍ଥାନରେ ୫୨୫ ଜଣ, ତାମିଲନାଡୁରେ ୨୦୯୯ ଜଣ, ତେଲେଙ୍ଗାନାରେ ୩୭୫ ଜଣ, ତ୍ରିପୁରାରେ ୨ ଜଣ, ଉତ୍ତରାଖଣ୍ଡରେ ୫୦ ଜଣ, ଉତ୍ତରପ୍ରଦେଶରେ ୯୮୩ ଜଣ ଏବଂ ପଶ୍ଚମବଙ୍ଗରେ ୯୮୦ ଜଣ ।

hiranchal ad1
Leave A Reply

Your email address will not be published.

12 − six =