ହସ୍ପିଟାଲରୁ ଫେରିଲେ ସୋନିଆ

0 92

ନୂଆଦିଲ୍ଲୀ : ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଗୁରୁବାର ଦିନ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁଲାଇ ୩୦ରେ ସନ୍ଧ୍ୟା ୭ଟା ସମୟରେ କଂଗ୍ରେସ ଅଧ୍ୟକ୍ଷାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି ।
ସୂଚନା ମୁତାବକ, ଗତ କିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ଆରମ୍ଭ ହୋଇଥିଲା । ଏହି କାରଣରୁ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥତା କାରଣରୁ ସୋନିଆ ଗାନ୍ଧୀ ୨୦୧୭ ରୁ୨୦୧୯ମଧ୍ୟରେ କିଛି ସମୟ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ, କିନ୍ତୁ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ପୁଣି ଥରେ କଂଗ୍ରେସ ଦାୟିତ୍ୱ ନେବାକୁ ପଡ଼ିଲା । ସେବେଠାରୁ ସେ କଂଗ୍ରେସ ଅଧ୍ୟକ୍ଷା ପଦରେ ରହିଛନ୍ତି । ଗୁରୁବାର ଦିନ ଡାକ୍ତରଖାନାର ଡାକ୍ତର ଡି.ଏସ୍‌ ରାଣା ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ତାଙ୍କୁ ନିୟମିତ ଚିକିତ୍ସା ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

hiranchal ad1
Leave A Reply

Your email address will not be published.

fourteen + five =