ରେକଡର଼୍ ଭାଙ୍ଗିଲା କରୋନା:ଦିନକରେ ପ୍ରାୟ ୫୦ ହଜାର ଆକ୍ରାନ୍ତ

0 74

ନୂଆଦିଲ୍ଲୀ: ଭାରତରେ କରୋନା ଆରୋଗ୍ୟ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବେ ବଢ଼ିଚାଲିଛି । ଆଜି ସଂକ୍ରମଣ ସବୁ ରେକଡର଼୍ ଭାଙ୍ଗିଛି । ଦିନକରେ ୪୯ ହଜାର ୯୩୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୭୦୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୩୨ ହଜାର ୭୭୧କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯ ଲକ୍ଷ ୧୭ ହଜାର ୫୬୭ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୦୪୧ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୯ଜଣ, ବିହାରରେ ୨୪୪ଜଣ, ଚଣ୍ଡିଗଡରେ ୧୩ ଜଣ, ଛତିଶଗଡରେ ୪୩ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୮୨୭ଜଣ, ଗୋଆରେ ୩୫ଜଣ, ଗୁଜରାଟରେ ୨୩୨୬ଜଣ, ହରିୟାଣାରେ ୩୯୨ଜଣ, ହିମାଚଳ ପ୍ରଦେଶରେ ୧୨ଜଣ, ଜମ୍ମୁ ଓ କଶ୍ମୀରରେ ୩୧୨ଜଣ, ଝାଡଖଣ୍ଡରେ ୮୫ଜଣ, କର୍ଣ୍ଣାଟକରେ ୧୮୭୮ଜଣ, କେରଳରେ ୬୧ଜଣ, ଲଦାଖରେ ୪ଜଣ, ମଧ୍ୟପ୍ରଦେଶରେ ୮୧୧ଜଣ, ମହାରାଷ୍ଟ୍ରରେ ୧୩୬୫୬ଜଣ,ନାଗାଲାଣ୍ଡ ୪, ମେଘାଳୟରେ ୫ ଜଣ, ଓଡିଶାରେ ୧୪୦ଜଣ, ପୁଦ୍ଦୁଚେରୀରେ ୪୦ଜଣ, ପଞ୍ଜାବରେ ୩୦୬ଜଣ, ରାଜସ୍ଥାନରେ ୬୨୧ଜଣ, ତାମିଲନାଡୁରେ ୩୪୯୪ଜଣ, ତେଲେଙ୍ଗାନାରେ ୪୬୩ଜଣ, ତ୍ରିପୁରାରେ ୧୩ ଜଣ, ଉତ୍ତରାଖଣ୍ଡରେ ୬୩ଜଣ, ଉତ୍ତରପ୍ରଦେଶରେ ୧୪୨୬ଜଣ ଏବଂ ପଶ୍ଚମବଙ୍ଗରେ ୧୩୭୨ଜଣ ।

hiranchal ad1
Leave A Reply

Your email address will not be published.

sixteen − six =