ଚୀନ୍ ଉପରେ ପ୍ରହାର

0 93

ନୂଆଦିଲ୍ଲୀ : ଲଦାଖ୍ସ୍ଥିତ ଏଲ୍ଏସିରେ ଚୀନ୍ ସୈନ୍ୟଙ୍କ ଆକ୍ରମଣରେ ୨୦ଜଣ ଭାରତୀୟ ଯବାନ୍ ସହିଦ୍ ହେବା ଘଟଣାରେ ଚୀନ୍କୁ କଡ଼ା ଜବାବ ଦେବା ପ୍ରକ୍ରିୟା ଭାରତ ଆରମ୍ଭ କରିଛି । ଏଲ୍ଏସିରେ ଭାରତ ତା’ର ସେନା ଶକ୍ତି ବୃଦ୍ଧି କରିଛି । ତିନିବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ମେଜର ଜେନେରାଲ୍ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଚୀନ୍ ଉପରେ ଭରସା ନଥିବାରୁ ସେନାକୁ ୨୪ ଘଣ୍ଟା ସଜାଗ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଅର୍ଥନୈତିକ ସ୍ତରରେ ଚୀନ୍କୁ ଦୁର୍ବଳ କରିବା ଲାଗି ଅଭିଯାନ ଆରମ୍ଭ ହୋଇଛି । ୫୦୦ କୋଟିର ପ୍ରକଳ୍ପ ଚୁକ୍ତିକୁ ଭାରତ ବାତିଲ୍ କରିଛି । ଭାରତୀୟ ରେଳବାଇ ଚାଇନା ସହ ୫୦୦ କୋଟିର ପ୍ରକଳ୍ପ ପାଇଁ ଚୁକ୍ତି କରିଥିଲା । କିନ୍ତୁ ବର୍ତ୍ତମାନର ଉତ୍ତେଜନାମୂଳକ ସ୍ଥିତି ଯୋଗୁଁ ରେଳବାଇ ଏଭଳି ପଦକ୍ଷେପ ନେଇଛି ।
ଭାରତ- ଚୀନ୍ ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ୫ଟି ପ୍ରମୁଖ ଚୁକ୍ତି ସ୍ୱାକ୍ଷର ହେବା ସହ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ମଧ୍ୟ ଗ୍ରହଣ ହୋଇଥିଲା । କିନ୍ତୁ ସବୁ ଚୁକ୍ତି ଓ କଥାବାର୍ତ୍ତା ବିଫଳ ହୋଇଛି । ବର୍ତ୍ତମାନ ଏଲ୍ଏସିରେ ଯେଉଁ ସ୍ଥିତି ଉପୁଜିଛି ତାହା ହେଉଛି ତା’ର ଜ୍ୱଳନ୍ତ ଉଦାହରଣ । କୂଟନୀତିଜ୍ଞ ଓ ବିଶେଷଜ୍ଞଙ୍କ କହିବାଅନୁଯାୟୀ ଚୁକ୍ତିଗୁଡିକ ଅତି ମାତ୍ରାରେ ଚୀନ୍ ସପକ୍ଷରେ ଯାଉଛି ଏବଂ ଏଲ୍ଏସିରେ ଉତ୍ତେଜନା ହ୍ରାସ ପାଇଁ ଏହା କୌଣସି ସୁଫଳ ଦେଉନି । ସୀମାକୁ ନେଇ ଉଭୟ ଭାରତ ଏବଂ ଚୀନ୍ ଭିନ୍ନ ମତ ରଖୁଛନ୍ତି । ଫଳରେ ଉଭୟଙ୍କ ମଧ୍ୟରେ ସୀମା ବିବାଦ ଜଟିଳ ହେବାରେ ଲାଗିଛି ।
ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଏବଂ ଚୀନ୍ ୫ଟି ଚୁକ୍ତି ସ୍ୱାକ୍ଷର କରିଥିଲେ । ଏଲ୍ଏସିରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ ୧୯୯୩ରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଏଲ୍ଏସି ସ୍ଥିତ ସାମରିକ କ୍ଷେତ୍ରରେ ବିଶ୍ୱାସକୁ ଅଧିକ ସୁଦୃଢ଼ କରିବା ପାଇଁ ୧୯୯୬ ସିବିଏମ୍ (କନ୍ଫିଡେନ୍ସ ବିଲ୍ଡିଙ୍ଗ୍ ମେଜର)ଚୁକ୍ତି ସଂପନ୍ନ ହୋଇଥିଲା ।

hiranchal ad1
Leave A Reply

Your email address will not be published.

16 + four =