ତୈଳ କୂପରେ ଭୟଙ୍କର ବିସ୍ଫୋରଣ

0 87

ଗୌହାଟୀ: ଆସାମର ତିନ୍ସୁକିଆ ଜିଲ୍ଲାରେ ଥିବା ଏକ ତୈଳ କୂପରେ ବୁଧବାର ଭୟଙ୍କର ବିସ୍ଫୋରଣ ଘଟିଛି । ସେଠାରେ କାମ କରୁଥିବା ତିନିଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।
ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରେ।।ଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପରେ ହୋଇଥିବା ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଙ୍ଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସିଙ୍ଗାପୁର କମ୍ପାନିର ଏକ ୬ ଜଣିଆ ବିଶେଷଜ୍ଞ ଟିମ ଗତ ଜୁନ ୮ରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ । ଏହି ଦଳରେ ସିଙ୍ଗାପୁରର ୩ ଜଣ, ଆମେରିକାର ୨ ଜଣ ଓ କାନାଡାର ଜଣେ ନାଗରିକ ଥିଲେ । କିନ୍ତୁ ସ୍ଥିତିକୁ ସମ୍ଭାଳିବାରେ ବିଫଳହେବାରୁ ସେମାନେ ଭାରତ ଛାଡିବାକୁ ଇଚ୍ଛାପ୍ରକାଶ କରିବା ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ପ୍ରାୟ ୧୮ ଘଣ୍ଟା ଧରି ବନ୍ଧକ ରଖିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 16 =