ଲାଲଜୀ ଟଣ୍ଡନଙ୍କ ପରଲୋକ

0 83

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଆଜି ସକାଳ ସମୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ ବହୁ ରୋଗରେ ପୀଡିତ ଥିଲେ । ଯାହାଫଳରେ ତାଙ୍କ ଚିକିତ୍ସା ଲକ୍ଷେ୍ନøର ଏକ ମେଡିକାଲରେ ଚାଲୁ ରହିଥିଲା । ଟଣ୍ଡନଙ୍କ ଦେହାନ୍ତ ନେଇ ତାଙ୍କ ପୁତ୍ର ଆଶୁତୋଷ ଟଣ୍ଡନ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ।
ଲାଲଜୀ ଟଣ୍ଡନ ଲକ୍ଷେ୍ନøର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । କିନ୍ତୁ ତାଙ୍କ ଦେହ ଖରାପ ହେବା ପରଠାରୁ ଲକ୍ଷେ୍ନøର ଏକ ମେଡିକାଲରେ ଚିକିତ୍ସା ଜାରି ରହିଥିଲା । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ମଧ୍ୟ ମଝିରେ ମଝିରେ ସ୍ୱାସ୍ଥ୍ୟବସ୍ଥା କଥା ବୁଝନ୍ତି ଏବଂ ମେଡିକାଲକୁ ମଧ୍ୟ ଆସିଥାନ୍ତି । ଲକ୍ଷେ୍ନø ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା । କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଗତ ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡାବାରୁ ତାଙ୍କୁ ଭେଣ୍ଟିଲେଟରରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × one =