ଆସନ୍ତାକାଲିି ରାମ ମନ୍ଦିର ଭୂମି ପୂଜନ

0 95

ଅଯୋଧ୍ୟା : ଆସନ୍ତାକାଲି ଏଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଶାଇ ମୋଟ ୧୭୫ଜଣ ଅତିଥି ଯୋଗ ଦେବେ । ଅତିଥିମାନଙ୍କ ଲାଗି ବିଶେଷ ବ୍ୟବସ୍ଥା କରାଯାଇଛି । ଭୂମି ପୂଜନ କାର୍ଯ୍ୟକ୍ରମ ବେଳେ କରୋନାର ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି । ଅଳ୍ପ ଦୂରତ୍ୱରେ ଏଲ୍‌ସିଡି ସ୍କ୍ରିନ୍‌ ଲଗାଯାଇଛି । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ୧୯୮୯ ମସିହାରେ ଶିଳାନ୍ୟାସ କରାଯାଇଥିଲା । ତେବେ, ଏହି ସାଜସଜାରେ ଜଡିତ ଥିବା କର୍ମୀମାନଙ୍କ କହିବାନୁସାରେ ସବୁ କାମ ସରିବା ପରେ ଏକ ଅନ୍ତିମ ସ୍ପର୍ଶ ଦିଆଯିବ, ଯାହାକି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିବ ।
ଲାଗିଥିବା ଏଲସିଡି ସ୍କ୍ରିନ୍‌ରେ ପୂରା ଭୂମିପୂଜାର ସିଧା ପ୍ରସାରଣ କରାଯିବ । ଏହା ମଧ୍ୟରେ ଏକ ମଞ୍ଚ ମଧ୍ୟ ଗଠନ କରାଯାଇଛି । ଉପସ୍ଥିତି କିଛି ମାନଗନ୍ୟ ବ୍ୟକ୍ତି ଏଠାରେ ନିଜର ଜ୍ଞାନ ବାଣ୍ଟିବେ । ମୋଦିଙ୍କ ସହ ଅନ୍ୟ କିଛି ଶୀର୍ଷ ସ୍ତରୀୟ ନେତା ମିଶି ରାମ ମନ୍ଦିର ତିଆରି ହେବାକୁ ଥିବା ସ୍ଥାନକୁ ବୁଲି ଦେଖିବାକୁ ବ୍ୟବସ୍ଥା ରହିଛି ।

hiranchal ad1
Leave A Reply

Your email address will not be published.

1 + 7 =