ଜୟପୁର : ରାଜସ୍ଥ୍ାନରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଏଭଳି ସବୁ ମନ୍ତବ୍ୟ ଦେଉଛନ୍ତି, ଯାହାକୁ ନେଇ ରାଜନୈତିକ ବାତାବରଣ ଆହୁରି ସରଗରମ ହୋଇଉଠିଛି । ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କ ବିରୋଧରେ ସେ ସାଙ୍ଘାତିକ ଅଭିଯୋଗ ଆଣିବା ସହ ତାଙ୍କୁ କଟୂ ଭାଷାରେ ସମାଲୋଚନା କରୁଛନ୍ତି । ସଚିନ୍ କଂଗ୍ରେସ ପିଠିରେ ଛୁରା ମାରିଛନ୍ତି । ସେ କୌଣସି କାମକୁ ନୁହଁନ୍ତି । ଦଳ ଜାଣିଥିଲା, ସଚିନ୍ ଜଣେ ନିକମା । ତଥାପି ତାଙ୍କୁ ସମସ୍ତେ ସମ୍ମାନ ଦେଉଥିଲେ । ଏଭଳି ମନ୍ତବ୍ୟ ଦେଇଛନ୍ତି ଗେହଲଟ । ଯାହାକୁ ନେଇ କଂଗ୍ରେସ ଶିବିରରେ ଝଡ଼ ସୃଷ୍ଟି ହୋଇଛି ।
ସେ ଆହୁରି କହିଛନ୍ତି ଯେ, ସଚିନ ଯେଉଁ ଖେଳ ଆରମ୍ଭ କରିଛନ୍ତି ତାହା ମାର୍ଚ୍ଚ ୧୦ରେ ଆରମ୍ଭ ହୋଇଥାନ୍ତା । ଏବେ କିନ୍ତୁ ମାମଲାକୁ ସାମ୍ନାକୁ ଅଣାଯାଇଛି । ସେ କଂଗ୍ରେସର ଅଧ୍ୟକ୍ଷ ହେବାକୁ ଚାହୁଁଛିଲେ । ଅନେକ କର୍ପୋରେଟ୍ ଓ ବିଜେପି ମଧ୍ୟ ତାଙ୍କୁ ଫଣ୍ଡିଂ କରିଥାନ୍ତି । କିନ୍ତୁ ସମସ୍ତ ଷଡଯନ୍ତ୍ର ଫେଲ୍ ମାରିଛି । ପାଇଲଟ୍ ନିଜେ ଗାଡି ଚଲାଇ ଦିଲ୍ଲୀ ଯାଆନ୍ତି । ଲୁଚି କରି ମଧ୍ୟ ଯାଆନ୍ତି । କଂଗ୍ରେସ ପାଇଲଟଙ୍କ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଛି । ବିଜେପି ତାଙ୍କ ପଛରେ ଖେଳୁଛି ।
ଗେହଲଟ୍ ଆହୁରି କହିଛନ୍ତି ଯେ, ଦେଶରେ ଏବେ ଗୁଣ୍ଡାଗର୍ଦ୍ଦିି ବଢିଯାଇଛି । ମନଇଛା ଚଢାଉ କରାଯାଉଛି । ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ ହେଉଛି । ସଚିନଙ୍କ ସମର୍ଥନରେ ଯେଉଁ ଓକିଲମାନେ କେସ୍ ଲଢୁଛନ୍ତି ସମସ୍ତେ ଅଧିକ ଟଙ୍କା ନେଉଛନ୍ତି । ଏତେ ଟଙ୍କା କେଉଁଠୁ ଆସୁଛି ବୋଲି ଗେହଲଟ୍ ପ୍ରଶ୍ନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.