ପ୍ରଥମେ ଟିକାକରଣ, ତା’ପରେ ଦ୍ୱାଦଶ ପରୀକ୍ଷା ଚିନ୍ତା କରାଯାଉ : ମନୀଷ ସିସୋଡିଆ

0 62

ନୂଆଦିଲ୍ଲୀ:ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ରବିବାର ଦିନ କେନ୍ଦ୍ରକୁ କହିଛନ୍ତି ଯେ ଛାତ୍ରମାନଙ୍କୁ ଟୀକାକରଣ ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବା ଏକ ବଡ ଭୁଲ ହୋଇପାରେ । ଶିକ୍ଷା ମନ୍ତ୍ରଣାଳୟ ଡାକରା ଦେଇଥିବା ଏକ ଉଚ୍ଚ଼ସ୍ତରୀୟ ବୈଠକରେ ସିସୋଡିଆ ଏହି ପରାମର୍ଶ ଦେଇଛନ୍ତି ।

hiring

ସେ ଟ୍ୱିଟ୍ କରି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସହ ଏକ ବୈଠକରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଟୀକାକରଣ ବ୍ୟବସ୍ଥା କରିବାକୁ ଦାବି କରିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା କରିବା ଏକ ବଡ ଭୁଲ ହେବ ବୋଲି ସେ ଟ୍ୱିଟରେ ଜଣାଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମେ ଟିକା, ତା’ପରେ ପରୀକ୍ଷା କରାଯିବା ଉଚିତ । ମନୀଷ ସିସୋଡିଆ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ସହମତ ଯେ ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆୟୋଜନ କରିବା ସହଜ ନୁହେଁ ।

hiranchal ad1
Leave A Reply

Your email address will not be published.

six − 5 =