୪୬ ହଜାର ଟପିଲା ମୃତ୍ୟୁସଂଖ୍ୟା

0 67

ନୂଆଦିଲ୍ଲୀ: ବିଶ୍ୱ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଏହି ସଂଖ୍ୟା ବଢ଼ିଚାଲିଛି । ଗଲା କିଛିଦିନ ଧରି ପ୍ରତିଦିନ ୬୦ ହଜାରରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୬୦ ହଜାର ୯୬୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୯ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୮୩୪ଜଣ ପ୍ରାଣ ହରାଇବା ପରେ ମୋଟ ମୃତ୍ୟୁସଂଖ୍ୟା ୪୬ ହଜାର ୯୧କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ବ୍ୟକ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୩୯ ହଜାର ୫୫୯ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଶଳୟ ଆଜି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୨୧ ଜଣ, ଆନ୍ଧ୍ରପ୍ରଦେଶରେ ୨୨୦୩ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୫୫ ଜଣ, ବିହାରରେ ୪୧୩ ଜଣ, ଚଣ୍ଡିଗଡରେ ୨୬ ଜଣ, ଛତିଶଗଡରେ ୧୦୪ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୧୩୯ ଜଣ, ଗୋଆରେ ୮୬ ଜଣ, ଗୁଜରାଟରେ ୨୬୯୫ ଜଣ, ହରିୟାଣାରେ ୫୦୦ ଜଣ, ହିମାଚଳ ପ୍ରଦେଶରେ ୧୮ ଜଣ, ଜମ୍ମୁ ଓ କଶ୍ମୀରରେ ୪୯୦ ଜଣ, ଝାଡଖଣ୍ଡରେ ୧୯୨ ଜଣ, କର୍ଣ୍ଣାଟକରେ ୩୩୯୮ ଜଣ, କେରଳରେ ୧୨୦ ଜଣ, ଲଦାଖରେ ୯ ଜଣ, ମଧ୍ୟପ୍ରଦେଶରେ ୧୦୩୩ ଜଣ, ମହାରାଷ୍ଟ୍ରରେ ୧୮୩୦୬ ଜଣ, ମଣିପୁରରେ ୧୨ ଜଣ, ମେଘାଳୟରେ ୬ ଜଣ, ନାଗାଲାଣ୍ଡ୍‌ରେ ୮ ଜଣ, ଓଡିଶାରେ ୨୯୬ ଜଣ, ପୁଦ୍ଦୁଚେରୀରେ ୯୧ ଜଣ, ପଞ୍ଜାବରେ ୬୩୬ ଜଣ, ରାଜସ୍ଥାନରେ ୮୧୧ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୫୧୫୯ ଜଣ, ତେଲେଙ୍ଗାନାରେ ୬୫୪ ଜଣ, ତ୍ରିପୁରାରେ ୪୩ ଜଣ, ଉତ୍ତରାଖଣ୍ଡରେ ୧୩୬ ଜଣ, ଉତ୍ତରପ୍ରଦେଶରେ ୨୧୭୬ ଜଣ ଏବଂ ପଶ୍ଚମବଙ୍ଗରେ ୨୧୪୯ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୯୯୪), ଆନ୍ଧ୍ରପ୍ରଦେଶ (୮୭୫୯୭), ଅରୁଣାଚଳ ପ୍ରଦେଶ (୬୯୦), ଆସାମ (୧୯୧୭୮), ବିହାର (୨୯୨୯୧), ଚଣ୍ଡିଗଡ (୬୨୯), ଛତିଶଗଡ (୩୫୮୬), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୪୨), ଦିଲ୍ଲୀ (୧୦୮୬୮), ଗୋଆ (୨୮୭୮), ଗୁଜରାଟ (୧୪୦୨୪), ହରିୟାଣା (୬୬୪୫), ହିମାଚଳ ପ୍ରଦେଶ (୧୨୦୬), ଜମ୍ମୁ ଓ କଶ୍ମୀର (୭୪୬୨), ଝାଡଖଣ୍ଡ (୮୬୫୮) କର୍ଣ୍ଣାଟକ (୭୯୬୧୪), କେରଳ (୧୨୭୭୦), ଲଦାଖ (୫୦୬), ମଧ୍ୟପ୍ରଦେଶ (୯୧୦୫), ମହାରାଷ୍ଟ୍ର (୧୪୮୮୬୦), ମଣିପୁର (୧୮୦୧), ମେଘାଳୟ (୬୨୧), ମିଜୋରାମ (୩୨୫), ନାଗାଲାଣ୍ଡ (୨୦୩୨), ଓଡିଶା (୧୩୬୯୪), ପୁଦ୍ଦୁଚେରୀ (୨୨୭୭), ପଞ୍ଜାବ (୮୪୬୩), ରାଜସ୍ଥାନ (୧୩୬୭୭), ସିକିମ୍‌ (୩୭୮), ତାମିଲନାଡୁ (୫୨୮୧୦), ତେଲେଙ୍ଗାନା (୨୨୫୯୬), ତ୍ରିପୁରା (୧୬୦୧), ଉତ୍ତରାଖଣ୍ଡ (୩୮୨୬), ଉତ୍ତରପ୍ରଦେଶ (୪୮୯୯୮) ଓ ପଶ୍ଚିମବଙ୍ଗ (୬୪୩୯୪୮) ।

hiranchal ad1
Leave A Reply

Your email address will not be published.

3 × two =