ନୂଆଦିଲ୍ଲୀ: ଦେଶର କରୋନା ସଂକ୍ରମଣ ସଂଖ୍ୟା ଏବେ ୧୨ ଲକ୍ଷ ମୁହାଁ ହୋଇଛି । ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ୬୪୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୨୮ ହଜାର ୭୩୨କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭ ଲକ୍ଷ ୫୩ ହଜାର ୪୯ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୫୮ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୮ ଜଣ, ବିହାରରେ ୨୧୭ ଜଣ, ଚଣ୍ଡିଗଡରେ ୧୨ ଜଣ, ଛତିଶଗଡରେ ୨୯ ଜଣ, ଦାଦର ନଗର ହାୱ?ଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୬୯୦ ଜଣ, ଗୋଆରେ ୨୬ ଜଣ, ଗୁଜରାଟରେ ୨୧୯୬ ଜଣ, ହରିୟାଣାରେ ୩୬୪ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୬୩ ଜଣ, ଝାଡଖଣ୍ଡରେ ୫୫ ଜଣ, କର୍ଣ୍ଣାଟକରେ ୧୪୬୪ ଜଣ, କେରଳରେ ୪୪ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୫୬ ଜଣ, ମହାରାଷ୍ଟ୍ରରେ ୧୨୨୭୬ ଜଣ, ମେଘାଳୟରେ ୪ ଜଣ, ଓଡିଶାରେ ୧୦୩ ଜଣ, ପୁଦ୍ଦୁଚେରୀରେ ୩୦ ଜଣ, ପଞ୍ଜାବରେ ୨୬୩ ଜଣ, ରାଜସ୍ଥାନରେ ୫୭୭ ଜଣ, ତାମିଲନାଡୁରେ ୨୬୨୬ ଜଣ, ତେଲେଙ୍ଗାନାରେ ୪୨୯ ଜଣ, ତ୍ରିପୁରାରେ ୮ ଜଣ, ଉତ୍ତରାଖଣ୍ଡରେ ୫୫ ଜଣ, ଉତ୍ତରପ୍ରଦେଶରେ ୧୨୨୯ ଜଣ ଏବଂ ପଶ୍ଚମବଙ୍ଗରେ ୧୧୮୨ ଜଣ ।
Sign in
Sign in
Recover your password.
A password will be e-mailed to you.
Prev Post