୩ ହଜାରରୁ ଅଧିକ କରୋନା ରୋଗୀଙ୍କ ପତ୍ତା ମିଳୁନି

0 68

ବେଙ୍ଗାଲୁର: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଉ କେତେକ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । କରୋନା ରୋଗୀମାନଙ୍କୁ ଚିହ୍ନଟ କରିବା କ୍ଷେତ୍ରରେ ସମସ୍ୟା ଦେଖାଦେଇଛି । କାରଣ ବହୁ ଆକ୍ରାନ୍ତ ବ୍ୟକ୍ତି ନିଜଆଡୁ ସୂଚନା ଦେଉନାହାନ୍ତି । ସେମାନଙ୍କୁ ଖୋଜିବା ଲାଗି ଉଦ୍ୟମ ଚାଲିଛି । ତିନି ହଜାରରୁ ଅଧିକ କରୋନା ରୋଗୀଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ଆଜି ସୂଚନା ଦେଇଛନ୍ତି ।
ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମ୍ପି) କମିଶନର ମଞ୍ଜୁନାଥ ପ୍ରସାଦ କହିଛନ୍ତି ଯେ, ରୋଗୀମାନେ ପରୀକ୍ଷା ପାଇଁ ଯିବାବେଳେ କର୍ତ୍ତୃପକ୍ଷଙ୍କ ସହ ସେମାନଙ୍କର ସଠିକ୍ ବିବରଣୀ ଦେଉ ନାହାନ୍ତି, ଯାହାପାଇଁ ଏବେ ସେମାନଙ୍କୁ ଖୋଜିବା କଷ୍ଟକର ହୋଇପଡିଛି । ସହରରେ ୩,୩୩୮ଜଣ କରୋନା ରୋଗୀଙ୍କ ପତ୍ତା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ଏହାର କାରଣ ହେଉଛି ଯେତେବେଳେ ରୋଗୀ ପରୀକ୍ଷା ପାଇଁ ଯାଆନ୍ତି, ସେମାନେ ଫର୍ମରେ ଅସମ୍ପୂର୍ଣ୍ଣ ଘର ଠିକଣା ଏବଂ ଭୁଲ ଫୋନ୍ ନମ୍ବର ଦିଅନ୍ତି ।
କର୍ଣ୍ଣାଟକର ଅଧାରୁ ଅଧିକ ମାମଲା ବେଙ୍ଗାଲୁରୁ ସହରାଞ୍ଚଳରୁ ରେକର୍ଡ କରାଯାଉଥିବା ବେଳେ ଏଭଳି ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ଶନିବାର ଦିନ କର୍ଣ୍ଣାଟକରୁ ୫୦୭୨ଜଣ କରୋନା ସଂକ୍ରମିତ ହୋଇଥିଲେ । ସେ ମଧ୍ୟରୁ ୨୦୩୬ ଟି ମାମଲା କେବଳ ବେଙ୍ଗାଲୁରୁ ସହରାଞ୍ଚଳର ଥିଲା ।

hiranchal ad1
Leave A Reply

Your email address will not be published.

fifteen − seven =