ରେସରେ ସବୁଠୁ ଆଗରେ ଏହି ଟପ୍ ୫ କରୋନା ଭେକସିନ, ଜାଣନ୍ତୁ କେଉଟା ମିଳିବ ପ୍ରଥମେ ଓ କାହାର ଦାମ୍ କେତେ

0 158

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପରୁ ବଞ୍ଚିବା ପାଇଁ ବିଶ୍ୱର ପାଖାପାଖି ୧୫୦ ଭେକସିନକୁ ନେଇ ରିସର୍ଚ୍ଚ ଚାଲିଛି ଓ ଏଥିରୁ ୧୪୦ଟି ଭେକସିନ ଆରମ୍ଭ ଷ୍ଟେଜରେ ରହିଛି । ୧୦ରୁ ୧୨ଟି ଭେକସିନ ଏବେ ଆଂଶିକ ଭାବେ ସଫଳ ହୋଇଛି । ଏବେ ଗ୍ଲୋବାଲ କମ୍ୟୁନିଟିର ନଜର ରହିଛି ଏହି ଭେକସିନ ସଫଳ ହେବା ପରେ କେମିତି ସାରା ବିଶ୍ୱରେ ବଣ୍ଟାଯିବ । ଦାମକୁ ନେଇ ଗ୍ଲୋବାଲ ଭେକସିନ ଅଲାୟଂସ କହିଛନ୍ତି ଯେ, ପ୍ରାୟ ଭେକସିନର ମୂଲ୍ୟ ୪୦ଡଲାର(୩୦୦୦ଟଙ୍କା) ରହିବ । ମିଡିଆ ରିପୋର୍ଟ ଅନୁଯାୟୀ ୬ ଭେକସିନ ଏବେ ପରୀକ୍ଷାର ଅନ୍ତିମ ଚରଣରେ ପହଞ୍ଚିଛି । ଏଥିରେ ମାଁଡର୍ନା, ଫାଇଜର, ଏଷ୍ଟ୍ରୋଜେନେକା ଓ ଭାରତ ବାୟୋଟେକ ନାମ ସବୁଠୁ ଆଗରେ ରହିଛି ।


୧. ମାଁଡର୍ନା କଂପାନୀର ଭେକସିନ
ଏହି ୬ କଂପାନୀ ମଧ୍ୟରୁ ମାଁଡର୍ନା କଂପାନୀର ଭେକସିନ ସବୁଠୁ ଆଗରେ ରହିଛି । ମାଁଡର୍ନା କଂପାନୀର ଭେକସିନର ତୃତୀୟ ଚରଣ ପରୀକ୍ଷା ଚାଲିଛି । ଏହାର ସବୁଠୁ ପରୀକ୍ଷା ଶେଷ ହୋଇଛି । ୩୦ହଜାର ଲୋକଙ୍କ ପାଇଁ ଏହି ଭେକସିନ ପ୍ରସ୍ତୁତ କରାଯାଉଛି । ଏବେ ଏହାର ଫାଇନାଲ ଓ ଅନ୍ତିମ ଚରଣ ପରୀକ୍ଷା ଚାଲିଛି । ଆମେରିକାର କହିବା ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା ମାଁଡର୍ନା ଭେକସିନ ପ୍ରସ୍ତୁତ ହୋଇଯିବ । କଂପାନୀ ଆମେରିକାର ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ସହ ମିଶି କାମ କରୁଛି । ଏହାର ଦାମ ସଂପର୍କରେ ଏବେଠାରୁ କିଛି କୁହାଯାଇନି । କିନ୍ତୁ ଆମେରିକା ଏହି ଭେକିସନ ପାଇଁ ଏକ ବିଲିୟନ ଡଲାର ବିନିଯୋଗ କରିଛି ।

hiring


୨.ଫାଇଜର ଭେକସିନ
ଆମେରିକା କଂପାନୀ ଫାଇଜର ପ୍ରଥମ ଓ ଦ୍ୱିତୀୟ ଟେଷ୍ଟ ସଫଳ ହେବା ପରେ ଅନ୍ତିମ ଚରଣରେ ପହଞ୍ଚିଛି । ଏହା ସଫଳ ହେଲେ ୩୦ ହଜାର ଲୋକଙ୍କୁ କରୋନା ଟୀକା ଦିଆଯିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି । ଫାଇଜରର ମାଲିକ କହିଛନ୍ତି ଯେ, ଏହି ଭେକସିନ ବର୍ଷର ଶେଷ ଆଡକୁ ପ୍ରସ୍ତୁତ ହୋଇଯିବ । ଯଦି ଫାଇନାଲ ପରୀକ୍ଷା ସଫଳ ହେଲେ ବିକ୍ରୀ ପାଇଁ ଅନୁମତି ମଗାଯିବ । ଆସନ୍ତା ଅକ୍ଟୋବର ପହିଲାରୁ ଏହି ଭେକସିନ ପ୍ରସ୍ତୁତ ହୋଇଯିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି । ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇନଥିଲେ ମଧ୍ୟ ଆମେରିକାର ହିସାବ ଅନୁଯାୟୀ ଟୀକା ପ୍ରତି ପାଖାପାଖି ୧୫୦୦ ଟଙ୍କା ପଡିବ । ଆମେରିକା ଏହି କଂପାନୀ ସହ ୧୦କୋଟି ଟୀକା ପାଇଁ ସ୍ୱାକ୍ଷାର କରିଛି ।


୩.ଏଷ୍ଟ୍ରୋଜେନେକା
ଅକ୍ସୋଫୋର୍ଡ ଏହି ଭେକସିନକୁ ଏଷ୍ଟ୍ରୋଜେନେକା କଂପାନୀ ସହ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପରେ ବ୍ରାଜିଲ ଓ ସାଉଥ୍ ଆଫ୍ରିକାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଯାଇଛି । ଭାରତର ସୀରମ କଂପାନୀ ଏହା ସହ ମିଶିଛି । ସିରମ କଂପାନୀ ଭେକସିନକୁ କୋଭିଡଶିଲ୍ଡ ନାମରେ ବିକିବାକୁ ଚିନ୍ତା କରୁଛି । ଯଦି ସବୁକିଛି ଠିକ୍ ଠାକ୍ ରହୁ ତେବେ ଆସନ୍ତା ଅକ୍ଟୋବର ସୁଦ୍ଧା ଏହି ଭେକସିନ ପ୍ରସ୍ତୁତ ହୋଇଯିବ । ଭାରତରେ ଏହାର ଦାମ୍ ହଜାରେ ଟଙ୍କା ରହିବା ବୋଲି ଅନୁମାନ କରାଯାଉଛି । ଭାରତୀୟ କଂପାନୀ ସିରମ ଯଦି ପ୍ରସ୍ତୁତ କରେ ତେବେ ବର୍ଷର ଶେଷ ଆଡକୁ ଦେଶର ଅଧାଭାଗ ଲୋକଙ୍କୁ ଏହି ଟୀକା ଦିଆଯାଇପାରେ ।


୪.ଭାରତ ବାୟୋଟେକ
ଭାରତ ବାୟୋଟେକ ଏବଂ ଆଇସିଏମ୍‌ଆର୍ ମିଳିତ ଭାବେ ଭେକସିନ ପ୍ରସ୍ତୁତ କରୁଛନ୍ତି । ଏହାର ନାମ କୋବୈସ୍ୱୀନ ରଖାଯାଇଛି । ଏହାର ପ୍ରଥମ ଓ ଦ୍ୱିତୀୟ ଚରଣ ପରୀକ୍ଷା ଚାଲିଛି । ପ୍ରଥମେ ଏହା ୧୫ ଅଗଷ୍ଟ ସୁଦ୍ଧା ଆସିଯିବ ବୋଲି କୁହାଯାଉଥିଲା କିନ୍ତୁ ଏବେ ୨୦୨୧ ଜାନୁଆରୀ ପହିଲା ସୁଦ୍ଧା ଲଞ୍ଚ କରିବାକୁ ପ୍ରସ୍ତୁତି ଚାଲିଛି ।
୫.ଚୀନ୍ କଂପାନୀ ସିନୋଫାର୍ମ
ଚୀନର କଂପାନୀ ସିନୋଫାର୍ମ ଜୁଲାଇରେ ତୃତୀୟ ଚରଣ ପରୀକ୍ଷା ଆରମ୍ଭ କରିଛି । ପାଖାପାଖି ୧୫୦୦ ଲୋକଙ୍କ ଦେହାରେ ଏହାର ପରୀକ୍ଷା କରାଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ଲୋକଙ୍କ ବ୍ୟବହାର ପାଇଁ ଲଞ୍ଚ କରାଯିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

one × five =