ଟେଷ୍ଟ କ୍ରିକେଟ୍‌କୁ ନେଇ ଚାପେଲ୍ କହିଲେ ଏପରି କଥା

0 810

ଣ୍ଡୀଗଡ଼ : ବିଶ୍ୱ କ୍ରିକେଟ୍ ବିଶେଷତଃ ଟେଷ୍ଟ ଫର୍ମାଟ ଯଦି ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି, ତାହା କେବଳ ଭାରତ ପାଇଁ । କ୍ରିକେଟରେ ଭାରତ ତଥା ବିସିସିଆଇ ଯେଭଳି ଅର୍ଥ ଖର୍ଚ୍ଚ କରୁଛି ଅନ୍ୟ କୌଣସି କ୍ରିକେଟ୍ ଦେଶ ସେହିଭଳି ଭାବରେ ବିନିଯୋଗ କରୁନାହାନ୍ତି । ଭାରତ ପାଖରେ ପ୍ରଚୁର ପଇସା ଅଛି । ଟି-୨୦ର ଲୋକପ୍ରିୟତା ବୃଦ୍ଧି ପରେ ମଧ୍ୟ ବିସିସିଆଇର ବିଶେଷ ଆନ୍ତରିକତା ଯୋଗୁଁ ଏହି ଲମ୍ବା ଫର୍ମାଟ ବଞ୍ଚି ରହିଛି । ତେଣୁ ଯଦି ଭାରତ ହାତ ଛାଡ଼ିଦେବ ତା\’ହେଲେ ଏହି କ୍ରିକେଟର ନିଶ୍ଚୟ ମୃତ୍ୟୁ ଘଟିବ । ଏଭଳି ସତର୍କବାଣୀ ଶୁଣାଇଛନ୍ତି ଭାରତର ପୂର୍ବତନ କୋଚ୍ ତଥା ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟ୍ ବ୍ୟକ୍ତିତ୍ୱ ଗ୍ରେଗ୍ ଚାପେଲ୍ । କ୍ଲେରାଇଟ୍ ଫାଉଣ୍ଡେସନର ଫେସ୍‌ବୁକରେ ହୋଇଥିବା ଏକ ଚାଟ୍ ସେସନ ଅବସରରେ ଚାପେଲ୍ ଏଭଳି ଗମ୍ଭୀର ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଟି-୨୦ କ୍ରିକେଟ୍ ବିଷୟରେ ମୋର କିଛି କହିବାର ନାହିଁ । ଏହି ଫର୍ମାଟ ଚଳାଇବା ସହଜ ଓ ସମ୍ଭବ ମଧ୍ୟ । କିନ୍ତୁ ଟେଷ୍ଟ ଏଭଳି ଏକ କ୍ରିକେଟ୍‌, ଯାହାକୁ ବଞ୍ଚାଇ ରଖିବା ଲାଗି ବହୁତ କିଛି ଆବଶ୍ୟକ । ଟଙ୍କା ହେଉଛି ସବୁଠୁ ବଡ଼ ଇସ୍ୟୁ । ସାରା ବିଶ୍ୱରେ ଗତ କିଛି ବର୍ଷ ଧରି ଟେଷ୍ଟ କ୍ରିକେଟର ଭବିଷ୍ୟତ ନେଇ ଚର୍ଚ୍ଚା ଚାଲିଛି । ବିଶେଷତଃ ଟି-୨୦ କ୍ରିକେଟ୍ ଏବଂ ଟି-୨୦ ବିଶ୍ୱକପ୍‌ର ଅଭୂତପୂର୍ବ ଲୋକପ୍ରିୟତା କାରଣରୁ ହିଁ ଟେଷ୍‌ଟ କ୍ରିକେଟ୍ ପ୍ରତି ଏଭଳି ବିପଦ ସୃଷ୍ଟି ହୋଇଛି । ତେବେ ମୁଁ ଭଲଭାବେ ଜାଣେ ଯେ, ଭାରତ ଏହି ଫର୍ମାଟକୁ ବହୁତ ଭଲ ପାଏ । ତା\’ଛଡ଼ା ବିରାଟ କୋହଲି ମଧ୍ୟ ନିକଟରେ କହିଛନ୍ତି ଯେ, ଟେଷ୍ଟ କ୍ରିକେଟ୍ ହିଁ ଏକମାତ୍ର ବିକଳ୍ପ କ୍ରିକେଟ । ଏହାର ଅନ୍ତ ନାହିଁ । ତେଣୁ କୋହଲିଙ୍କର ଏହି ବକ୍ତବ୍ୟରୁ ମୋ ମନରେ ଭିତରେ ଗଭୀର ଆଶା ସଂଚାର ହୋଇଛି ଯେ, ଏହି କ୍ରିକେଟର ମୃତ୍ୟୁ ଘଟିବ ନାହିଁ ।

hiranchal ad1
Leave A Reply

Your email address will not be published.

5 × three =