ଆଇପିଏଲ ସ୍ଥଗିତ ହେବା ଡବ୍ଲୁଟିସି ଫାଇନାଲରେ ଭାରତକୁ ଫାଇଦା ମିଳିବ: ଟେଲର

0 73

ସାଉଥମ୍ପଟନ : ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ରସ୍ ଟେଲର କହିଛନ୍ତି ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ସ୍ଥଗିତ ହେବା ଫଳରେ ଟିମ୍ ଇଣ୍ଡିଆକୁ ଆସନ୍ତା ଜୁନ୍ ୧୮ ରୁ ଆରମ୍ଭ ହେବାକୁ ଥିବା ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଫାଇନାଲ୍ ପାଇଁ ଭଲ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବ । ସୂଚନାଯୋଗ୍ୟ ଯେ ବାୟୋ ବବୁଲରେ ଅନେକ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ କରୋନା ସଂକ୍ରମିତ ହେବା ପରେ ଆଇପିଏଲ୍ ୧୪ କୁ ସ୍ଥଗିତ ରଖାଯାଇଥିଲା । ଟେଲର କହିଛନ୍ତି ଯେ ଆଇପିଏଲର ସ୍ଥଗିତ ରଖିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଡବ୍ଲୁଟିସି ଫାଇନାଲ ପୂର୍ବରୁ ସ୍ଥିତିକୁ ସୁଧାରିବାକୁ ସୁଯୋଗ ମିଳିବ ।

hiring

ଏକ ଭର୍‌ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଟେଲର କହିଛନ୍ତି, ‘ଇଂଲଣ୍ଡରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବା ପୂର୍ବରୁ ମୁଁ ଭଲ ପ୍ରସ୍ତୁତି କରିପାରିନାହିଁ । ଡବ୍ଲୁଟିସିି ଫାଇନାଲ ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ଭାରତ ବିଷୟରେ କହିବାକୁ ଗଲେ, ସେମାନେ ଆଇପିଏଲ୍ ର ଶୀଘ୍ର ସମାପ୍ତି ଦ୍ୱାରା ଉପକୃତ ହେବେ । ଯଦି ଆଇପିଏଲ୍ ସ୍ଥଗିତ ହୋଇନଥାନ୍ତା, ତେବେ ସେମାନଙ୍କୁ ପ୍ରସ୍ତୁତ କରିବାକୁ କମ୍ ସମୟ ମିଳିଥାନ୍ତା । ବର୍ତ୍ତମାନ ସେମାନେ ପରିସ୍ଥିତି ଅନୁଯାୟୀ ଖାପ ଖୁଆଇବା ପାଇଁ ଅଧିକ ସୁଯୋଗ ପାଇବେ । ସେମାନଙ୍କ ବୋଲରମାନେ ଭଲ ପ୍ରସ୍ତୁତି କରିବାକୁ ସକ୍ଷମ ହେବେ ।
ଆସନ୍ତା ଜୁନ୍ ୧୮ରେ, ନ୍ୟୁଜିଲ୍ୟାଣ୍ଡ ଡବ୍ଲୁଟିସି ଫାଇନାଲ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବ । ଟେଲର କହିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ଡବ୍ଲୁଟିସି ଫାଇନାଲରେ କିୱି ଦଳକୁ ସାମାନ୍ୟ ସୁବିଧା ଦେବ । ସେ କହିଛନ୍ତି, \’ଏହି ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବା ଦ୍ୱାରା ଆମକୁ କିଛି ଲାଭ ମିଳିବ, କିନ୍ତୁ ଭାରତୀୟ ଦଳ ଦୀର୍ଘ ଦିନ ଧରି ବିଶ୍ୱରେ ଏକ ନମ୍ବର ରହିଆସିଛି ଏବଂ ସେମାନେ ଇଂଲଣ୍ଡରେ ଅନେକ ସଫଳତା ପାଇଛନ୍ତି । ତେଣୁ ଏହି ମୁକାବିଲା କଡା ଟକ୍କର ହେବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 × four =