ସୁରକ୍ଷିତ ଅଲିମ୍ପିକ୍ସ ପାଇଁ କରୋନା ଟିକା ଜରୁରୀ

0 70

ଟୋକିଓ : ଆସନ୍ତା ଟୋକିଓ ଅଲିମ୍ପିକ୍ସକୁ ସୁରକ୍ଷିତ ରଖିବା ଲାଗି ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଅବ୍ୟର୍ଥ କରୋନା ଟିକା ନିହାତି ଆବଶ୍ୟକ । ସଂକ୍ରମଣ ରୋକିବା ପାଇଁ ଟିକାର ଆବଶ୍ୟକତା ଜରୁରୀ । ଖେଳାଳିମାନେ ଯଦି ସୁରକ୍ଷିତ ନରହିବେ, ତେବେ ଅଲିମ୍ପିକ୍ସ ଭଳି ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବା କଷ୍ଟକର ହୋଇପଡ଼ିବ । ଯେଉଁ ଆଥଲେଟ୍ମାନେ ଏଥିରେ ଅଂଶଗ୍ରହଣ କରିବେ, ସେମାନଙ୍କୁ ବହୁ ଆଗୁଆ ଟିକା ଦିଆଯିବାର ଆବଶ୍ୟକତା ରହିଛି । କିନ୍ତୁ ଏପର୍ଯ୍ୟନ୍ତ କରୋନା ଟିକା ବାହାରି ନାହିଁ । ତାହା ଆମ ପାଇଁ ବଡ଼ ଚିନ୍ତାର କାରଣ ବୋଲି ଆୟୋଜନ କମିଟିର ସଭାପତି ୟୋସିରୋ ମୋରି ବୁଧବାର କହିଛନ୍ତି । ଅଲିମ୍ପିକ୍ସ ପାଇଁ କରୋନା ଟିକା କାହିଁକି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଭାବୁଛନ୍ତି ବୋଲି ପ୍ରଶ୍ନ ହେବାରୁ ତାହାର ଉତ୍ତରରେ ମୋରି କହିଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ସାରା ବିଶ୍ୱ କରୋନା କବଳିତ । ଯେଉଁମାନେ ଖେଳିବାକୁ ଆସିବେ ସେମାନେ ମଧ୍ୟ ସଂକ୍ରମିତ ଦେଶ । ତେଣୁ ସେମାନେ ଯେପରି ସଂକ୍ରମିତ ନହୁଅନ୍ତି ସେଥିପାଇଁ ସେମାନଙ୍କୁ ଟିକା ଦିଆଯିବାର ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

11 + 13 =