କ୍ୱାରେଣ୍ଟାଇନ୍ ରହିବା ଜାଣି ଟୁର୍ଣ୍ଣାମେଣ୍ଟରୁ ଓହରିଲେ ହାଲେପ୍

0 75

ରୋମ : କରୋନା ଭାଇରସ୍ ଲକ୍ଡାଉନ୍ର ୫ ମାସ ପରେ ଯେ କୌଣସି ବିଭାଗରେ ପ୍ରଥମ ଟେନିସ ଟୁର୍ଣ୍ଣାମେଣ୍ଟ ଇଟାଲୀର ସିସିଲିସ୍ଥିତ ପାଲେର୍ମୋରେ ଅଗଷ୍ଟ ୩ରୁ ଖେଳାଯିବ । ମହିଳା ବିଭାଗରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ବିଶ୍ୱର ନଂ-୨ ଖେଳାଳି ତଥା ଡିଫେଣ୍ଡିଂ ୱିମ୍ବଲଡନ ଚାମ୍ପିଅନ୍ ରୋମାନିଆର ସିମୋନା ହାଲେପ ଟୁର୍ଣ୍ଣାମେଣ୍ଟରୁ ଓହରିଛନ୍ତି । ଫଳରେ ଆୟୋଜକଙ୍କୁ ଶକ୍ତ ଧକ୍କା ଲାଗିଛି । ରୋମାନିଆ ଓ ବୁଲଗେରିଆରୁ ଯିଏ ଇଟାଲୀକୁ ଆସିବେ ସେମାନେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପରେ ହାଲେପ ଟୁର୍ଣ୍ଣାମେଣ୍ଟରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ । ସୂଚନାଯୋଗ୍ୟ କରୋନା ଭାଇରସ୍ ଦ୍ୱାରା ଇଟାଲୀ ଅଧିକ ପ୍ରଭାବିତ ହୋଇଥିଲା । ଏହାର ୩୫ ହଜାର ନାଗରିକ ଏଥିରେ ମୃତ୍ୟୁବରଣ କରିଛନ୍ତି । ଏବେ କାଁଭାଁ ଆକ୍ରାନ୍ତଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ଏହା ଯେପରି ଅଧିକ ପ୍ରସାରିତ ନ ହେବ ସେଥିଲାଗି ଯେଉଁ ଦେଶରେ କରୋନାର ପ୍ରଭାବ ରହିଛି, ସେଠାରୁ ଆସୁଥିବା ବ୍ୟକ୍ତିଙ୍କ ଲାଗି କ୍ୱାରେଣ୍ଟାଇନ୍ ନିୟମ ରହିଛି ।

hiranchal ad1
Leave A Reply

Your email address will not be published.

5 + 8 =