ବିଶ୍ୱକପ୍‌ ୨୦୨୩ ପାଇଁ ନିର୍ଣ୍ଣାୟକ ହେବ ସୁପର ଲିଗ୍‌

0 104

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ ଲାଗି ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ସୁପରଲିଗ୍‌ ଏକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ । ଏହି ଚାମ୍ପିଅନ୍‌ଶିପ୍‌ରୁ ବିଶ୍ୱକପ୍‌ରେ କେଉଁ କେଉଁ ଦଳ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ତାହା ସ୍ଥିର କରାଯିବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଢାଞ୍ଚାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ସମ୍ପର୍କରେ ୨୦୧୮ରେ ଘୋଷଣା କରାଯାଇଥିଲା । ଏ ଏହି ବିଶ୍ୱକପ୍‌ ସୁପର ଲିଗ୍‌ର ପ୍ରଥମ ପର୍ଯ୍ୟାୟରେ ଆଇସିସି ୱାର୍ଲ୍ଡ କ୍ରିକେଟ ଲିଗ୍‌ ଚାମ୍ପିଅନ୍‌ ନେଦରଲାଣ୍ଡ ସମେତ ମୋଟ ୧୩ଟି ଦଳ ଅଂଶଗ୍ରହଣ କରିବେ । ଆୟୋଜକ ଦେଶ ଭାରତ ବ୍ୟତୀତ ସୁପରଲିଗ୍‌ରେ ପ୍ରଥମ ୭ଟି ସ୍ଥାନ ଅଧିକାର କରିଥିବା ଦେଶ ପ୍ରଥମ ପର୍ଯ୍ୟାୟରେ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବେ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଦେଶ ଅଂଶଗ୍ରହଣ କରିବେ । ଏହି ଦେଶ ଗୁଡିକ ଘରୋଇ ମାଟିରେ ଏବଂ ବିଦେଶରେ ୪ଟି ଲେଖାଏଁ ଦିନିକିଆ ସିରିଜ୍‌ ଖେଳିବେ । ସିରିଜ୍‌ ଗୁଡିକ ୩ ମ୍ୟାଚ୍‌ ବିଶିଷ୍ଟ ହେବ । ସିରିଜ୍‌ ଜିତିବା ଲାଗି ୧୦, ଡ୍ର କିମ୍ବା ଖେଳ ହୋଇ ନପାରିଲେ ପଏଣ୍ଟ ଲେଖାଏଁ ମିଳିବ । ପଏଣ୍ଟ ଭିତ୍ତିରେ ପ୍ରଥମ ୭ଟି ଦେଶ ଓ ଆୟୋଜକ ଦେଶ ଭାରତ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ପଏଣ୍ଟ ତାଲିକାରେ ଥିବା ଶେଷ ୫ଟି ଦେଶ ଅନ୍ୟ ୪ଟି ଦେଶ ସହ ୱାର୍ଲ୍ଡ କପ୍‌ କ୍ୱାଲିଫାୟର୍ସ ଟୁର୍ଣ୍ଣାମେଣ୍ଟ ଖେଳିବେ । ଏଥିରେ ୱାର୍ଲ୍ଡ କ୍ରିକେଟ ଲିଗ୍‌- ୨ରେ ଖେଳୁଥିବା ଆସୋସିଏଟ ଦେଶ ଗୁଡିକ ମଧ୍ୟରୁ ପ୍ରଥମ ୨ଟି ଓ ୱାର୍ଲ୍ଡ କପ୍‌ ଚ୍ୟାଲେଞ୍ଜ ଲିଗ୍‌ରୁ ଆଉ ୨ଟି ଦେଶ ଅଂଶଗ୍ରହଣ କରିବେ । ଏହା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨ଟି ଦେଶ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବେ । ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଦିନିକିଆ ବିଶ୍ୱକପ୍‌ ସୁପରଲିଗ୍‌ ମେ’ ୨୦୨୦ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କରୋନା ଯୋଗୁଁ ଏହାର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି ।

hiranchal ad1
Leave A Reply

Your email address will not be published.

18 − 8 =