ହାର୍ପରଙ୍କ ସମୟର ତିକ୍ତ ଅନୁଭୂତି ବଖାଣିଲେ ଧୋନି

0 92

ନୂଆଦିଲ୍ଲୀ : ଆଇସିସିର ପୂର୍ବତନ ଅମ୍ପାୟାର ଡାରିନ୍ ହାର୍ପର ଏକଦା ଏକ ଟୁର୍ଣ୍ଣାମେଣ୍ଟ ବେଳେ ଭାରତୀୟ ଖେଳାଳିମାନଙ୍କ ସହିତ କିଭଳି ଭୂମିକା ଗ୍ରହଣ କରିଥିଲେ ସେ ନେଇ ମହେନ୍ଦ୍ର ସିଂ ଧୋନି ଏବେ କିଛି ଚମକପ୍ରଦ କଥା ପ୍ରକାଶ କରିଛନ୍ତି । ୨୦୧୧ ମସିହାରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ବେଳେ ସଚିନ୍ ତେନ୍ଦୁଲକରଙ୍କୁ ଏକ ଭିନ୍ନ ସ୍ଥିତିରେ ଅଷ୍ଟ୍ରେଲିଆର ଏହି ଅମ୍ପାୟାର ହାର୍ପର ଆଉଟ୍ ରୁଲିଂ ଦେଇଥିଲେ । ଯାହାକି ପ୍ରକୃତରେ ଉଚିତ୍ ନଥିଲା । ସେହିପରି, ଧୋନିଙ୍କ କ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ନିଷ୍ପତ୍ତି ଅଯଥାର୍ଥ ଥିଲା । ୱେଷ୍ଟଇଣ୍ଡିଜ୍ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ହେଉଥିବା ବେଳେ ହାର୍ପର ପ୍ରବୀଣ କୁମାରଙ୍କୁ ବୋଲିଂ କରିବାକୁ ସୁଯୋଗ ଦେଇନଥିଲେ । ତାହା ଥିଲା ପ୍ରବୀଣ କୁମାରଙ୍କ ପ୍ରଥମ ଟେଷ୍ଟ । କିନ୍ତୁ ତାଙ୍କୁ କେତେକ ଦୁର୍ବଳ କାରଣ ଦର୍ଶାଇ ହାର୍ପର ବୋଲିଂରୁ ବଞ୍ଚିତ କରିଥିଲେ । ହାର୍ପରଙ୍କ ଯୁକ୍ତି ଥିଲା ଯେ, ପ୍ରବୀଣ କୁମାର ବୋଲିଂ କରିବା ବେଳେ ପିଚ୍ର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲି ଆସୁଥିଲେ । ସେତେବେଳେ ଧୋନି ହାର୍ପରଙ୍କୁ କହିଥିଲେ ଯେ, ପ୍ରବୀଣ କୁମାର ଜଣେ ନବାଗତ । ତାଙ୍କ ପ୍ରତି ସେ ସମ୍ବେଦନଶୀଳ ହେବା ଉଚିତ୍ । ସେତେବଳେକୁ ପ୍ରବୀଣ ୫୨ଟି ଦିନିକିଆ ଖେଳି ସାରିଥିଲେ । ଏହି ଟେଷ୍ଟ ମ୍ୟାଚ୍ଟି ଜାମାଇକାରେ ଖେଳାଯାଉଥିଲା । ଏହାକୁ ନେଇ ପ୍ରବୀଣ ବହୁତ ଉତ୍ସାହିତ ଥିଲେ; କିନ୍ତୁ ହାର୍ପରଙ୍କ ନିଷ୍ପତ୍ତି ତାଙ୍କୁ ବହୁତ କଷ୍ଟ ଦେଇଥିଲା ।

hiranchal ad1
Leave A Reply

Your email address will not be published.

14 − 6 =