କୋହଲି ଓ ସଚିନ୍‌ଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ଜାଣନ୍ତୁ

0 104

କରାଚୀ : ବିରାଟ କୋହଲି ଓ ସଚିନ୍ ତେନ୍ଦୁଲକର ଦୁଇଜଣ ମହାନ୍ କ୍ରିକେଟର । ନିଜ ନିଜ କ୍ଷେତ୍ରରେ ସେମାନେ ସଫଳ । କିନ୍ତୁ ଏହି ଦୁଇ ତାରକା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଖେଳ ବେଳେ କିଏ କ’ଣ କହିଲେ କୋହଲି କ୍ରୋଧ ସମ୍ବରଣ କରିପାରନ୍ତି ନାହିଁ ଏବଂ ଚଟାପଟ ଚିଡ଼ିଯାଆନ୍ତି । କିନ୍ତୁ ସଚିନ୍‌ଙ୍କ କ୍ଷେତ୍ରରେ ତାହା ଦେଖାଯାଏ ନାହିଁ । ସେ ସ୍ଥିତପ୍ରଜ୍ଞ ଭଳି ଖେଳିଥାନ୍ତି । ଏହି ଦୁଇ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଏଭଳି ତୁଳନାତ୍ମକ ମତ ଦେଇଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ୱାସିମ୍ ଆକ୍ରମ । ଏକ ଅନ୍‌ଲାଇନ୍ ସାକ୍ଷାତକାର ଅବସରରେ ଆକ୍ରମ କହିଛନ୍ତି ଯେ, ସଚିନ୍‌ଙ୍କ ଅପେକ୍ଷା କୋହଲି ଅଧିକ ପ୍ରତିକ୍ରିୟାଶୀଳ । ସେ ଖୁବ୍‌ଶୀଘ୍ର ଚିଡି ଯାଆନ୍ତି ଏବଂ ପ୍ରତିଆକ୍ଷେପ କରିଥାନ୍ତି । କୋହଲି ମାନସିକ ଭାରସାମ୍ୟ ରକ୍ଷା କରିପାରନ୍ତି ନାହିଁ । ସେ ତାଙ୍କ ପ୍ରତିକ୍ରିୟ ବେଳେ ବେଳେ ଅଙ୍ଗଭଙ୍ଗୀ ମାଧ୍ୟମରେ ପ୍ରକାଶ କରିଥାନ୍ତି କିମ୍ବା କହିଥାନ୍ତି । କିନ୍ତୁ ସଚିନ୍‌ଙ୍କଠାରେ ସେଭଳି ବ୍ୟତିକ୍ରମ ଦେଖିବାକୁ ମିଳିନଥାଏ । ସେ ଅଧିକ ସଂଯତ ଓ ସଂକଳ୍ପ ମନୋଭାବ ନେଇ ପଡ଼ିଆରେ ଖେଳିଥାନ୍ତି । କୋହଲି ଜଣେ ଆଧୁନିକ କ୍ରିକେଟ ଜଗତର ଦକ୍ଷ ଖେଳାଳି । ସଚିନ୍ ପଡ଼ିଆରେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଥାନ୍ତି । କୋହଲି ଅଧିକ ଆକ୍ରମଣାତ୍ମକ । ଯେଉଁଠିକି ସଚିନ୍ ବ୍ୟାଟିଂରେ ଆକ୍ରମଣାତ୍ମକ । ସେ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥାନ୍ତି ସତ; କିନ୍ତୁ ତାଙ୍କର ବଡ଼ି ଲାଙ୍ଗୁଏଜ୍ ଶାନ୍ତ ରହିଥାଏ । ତେଣୁ ବିଶ୍ୱର ପ୍ରସିଦ୍ଧ କ୍ରିକେଟରମାନେ ନିଶ୍ଚିତ ଭାବରେ ଏକଥା କହିପାରିବେ ଯେ, ଦୁଇଜଣଙ୍କ ମଧ୍ୟରେ କି ପ୍ରକାର ଫରକ ରହିଛି । ଆକ୍ରମ କହିଛନ୍ତି ଯେ, ସଚିନ୍ ଖେଳିଲାବେଳେ ଏକଥା ଚିନ୍ତା କରିଥାନ୍ତି ଯେ, ଯଦି ମୁଁ ବିଚଳିତ କିମ୍ବା ଉତ୍‌କ୍ଷିପ୍ତ ହେବି, ତା\’ହେଲେ ବ୍ୟାଟିଂରେ ନିରବଚ୍ଛିନ୍ନତା ଓ ଗତିଶୀଳତା ରହିବ ନାହିଁ । ତେଣୁ ସେ ଧିରସ୍ଥିର ଭାବରେ ଖେଳିଥାନ୍ତି । ଯାହାକି ଜଣେ ଖେଳାଳି ପାଇଁ ନିହାତି ଆବଶ୍ୟକ ବୋଲି ଆକ୍ରମ କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 + thirteen =