ସୌରଭ ଗାଙ୍ଗୁଲିଙ୍କୁ ହୁସେନ୍‌ଙ୍କ ପ୍ରଶଂସା

0 77

ନୂଆଦିଲ୍ଲୀ : ଇଂଲଣ୍ଡର ପୂର୍ବତନ ସ୍କିପର ନାସିର୍ ହୁସେନ୍ ଏକ ସାକ୍ଷାତକାର ଅବସରରେ ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତକୁ ଏକ ସୁଦୃଢ଼ ଓ ଦକ୍ଷ ଦଳରେ ପରିଣତ କରିବା ପଛରେ ଯେଉଁମାନଙ୍କର ନିଷ୍ଠାପର ଅବଦାନ ରହିଛି ସେମାନଙ୍କ ମଧ୍ୟରୁ ଗାଙ୍ଗୁଲି ଅନ୍ୟତମ ବୋଲି ସେ କହିଛନ୍ତି । ହୁସେନ୍ କହିଛନ୍ତି ଯେ, ଭାରତ ବାସ୍ତବିକ ଏକ ଅତି ବଢ଼ିଆ ଦଳ । ବିଶ୍ୱ କ୍ରିକେଟରେ ଭାରତର ଉପସ୍ଥିତି ସମୟକ୍ରମେ ଅଧିକରୁ ଅଧିକ ମଜବୁତ୍ ହୋଇଛି । ଏହା ବିଭିନ୍ନ ସ୍ତର ଦେଇ ଗତି କରିଛି । ତେବେ ଦଳକୁ ଅଧିକ ଫଳପ୍ରଦ ଏବଂ ଶକ୍ତିଶାଳୀ କରିବାରେ ଗାଙ୍ଗୁଲିଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ସେ ଭାରତୀୟ ଖେଳାଳିମାନଙ୍କ ଖେଳିବା ଶୈଳୀରେ ଓ ଆଚରଣରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିଛନ୍ତି । ତାଙ୍କ ସମୟରେ ଭାରତ ଏକ ଭଲ ଦଳ ଭାବେ ମୁଣ୍ଡ ଟେକିପାରିଥିଲା । ତାଙ୍କ ସମୟରେ ଭାରତ ପାଇଁ ଅନେକ ମହାନ୍ କ୍ରିକେଟର ମଧ୍ୟ ଖେଳୁଥିଲେ । ସେମାନଙ୍କ ମଧ୍ୟରେ ଆଝାରୁଦ୍ଦିନ୍‌, ଜଭଗଲ ଶ୍ରୀନାଥ ପ୍ରମୁଖ ଅନ୍ତର୍ଭୁକ୍ତ । ଗାଙ୍ଗୁଲି ଇଂଲଣ୍ଡରେ ଖେଳୁଥିଲା ବେଳେ ଅବସର ମୁହୂର୍ତ୍ତରେ ତାଙ୍କ ସହ ଗପସପ କରିବାର ସୁଯୋଗ ମୁଁ ପାଇଥିଲି । ସେ ଜଣେ ଭିନ୍ନ ବିଚାରଧାରାର କ୍ରିକେଟର ବୋଲି ହୁସେନ୍ କହିଛନ୍ତି ।

hiranchal ad1
Leave A Reply

Your email address will not be published.

7 + seventeen =