ମୁଁ ମ୍ୟାଚ୍ ଖେଳିବାକୁ ମାନସିକ ଭାବେ ପ୍ରସ୍ତୁତ ନାହିଁ

0 89

ଓଲ୍ଡ ଟ୍ରାଫୋର୍ଡ : ଇଂଲଣ୍ଡ କ୍ରିକେଟ ଦଳରେ ସାମିଲ ହୋଇଥିବା ବାର୍ବାଡୋସ ଜନ୍ମିତ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଏଠାରେ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ ମଧ୍ୟ ଖେଳି ନପାରନ୍ତି । ଏହାର କାରଣ ହେଲା ସେ ମାନସିକ ଭାବେ ସୁସ୍ଥ ନାହାନ୍ତି । ପ୍ରୋଟୋକଲ ଭାଙ୍ଗି ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିବା ପରେ ସୋସିଆଲ ମିଡିଆରେ ତାଙ୍କ ଜାତି ଓ ବର୍ଣ୍ଣକୁ ନେଇ ଅନେକ ବିରୋଧୀ ଓ ଅପମାନଜକ ମନ୍ତବ୍ୟମାନ ଦିଆଯାଇଛି । ଏହାକୁ ଜାଣିବା ପରେ ସେ ମାନସିକ ଅବସ୍ଥା ଠିକ୍ ନାହିଁ । ପ୍ରଥମଟେଷ୍ଟ ଶେଷ ହେବା ପରେ ସେ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଓଲ୍ଡ ଟ୍ରାଫୋଡ ନଯାଇ ନିଜ ଘରକୁ ଚାଲିଯାଇଥିଲେ । ଏହା ଫଳରେ କରୋନା ଭାଇରସ୍କୁ ନେଇ ଥିବା ବାୟୋ ସୁରକ୍ଷା ନିୟମ ଭଙ୍ଗ କରିବାରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଥିଲା । ଟିମ୍ ହୋଟେଲରେ ତାଙ୍କୁ ୫ ଦିନ ଲାଗି ଆଇସୋଲେସନରେ ରଖାଯାଇଥିଲା ଓ ଦୁଇଥର କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଚେତାବନୀ ଦିଆଯାଇ ତୃତୀୟ ଟେଷ୍ଟ ଖେଳିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ତାଙ୍କ ବିରୋଧରେ ଜାତିଆଣା ମନ୍ତବ୍ୟ ଦିଆଯିବା ପରେ ସେ ତୃତୀୟ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ନାହାନ୍ତି ବୋଲି କହିଛନ୍ତି । ‘ମୁଁ ମ୍ୟାଚ୍ ଖେଳିବାକୁ ମାନସିକ ଭାବେ ପ୍ରସ୍ତୁତ ନାହିଁ । ଏଭଳି ଅବସ୍ଥାରେ ମୁଁ ଘଣ୍ଟା ପ୍ରତି ୯୦ ମାଇଲ ବେଗରେ ବୋଲିଂ କରିପାରିବି ବୋଲି ଆଶା କରୁନାହିଁ । ଯଦି ଏପରି ବୋଲିଂ କରି ନପାରେ ତେବେ ଏହା ଖବରର ଶିରୋନାମା ହୋଇଯିବ । ଏଣୁ ଏହି ଟେଷ୍ଟରେ ମୁଁ ଖେଳିବି ନାହିଁ ।

hiranchal ad1
Leave A Reply

Your email address will not be published.

10 − 9 =