ଆଇସିସିରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତି

0 102

ମୁମ୍ବାଇ: ଆଇସିସିର ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିର ସମ୍ମୁଖୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବର୍ତ୍ତମାନର ସମୟରେ ନିର୍ବାଚନ କିଭଳି ପଦ୍ଧତିରେ ହେବା ଉଚିତ. ତାହାକୁ ନେଇ ଆଇସିସିରେ ମତଭେଦ ଦେଖାଦେଇଛି । ଗୋଟିଏ ପଟେ ପାକିସ୍ତାନ ଗୋଷ୍ଠୀ ରହିଥିବା ବେଳେ ଅନ୍ୟପଟେ ଭାରତକୁ ସମର୍ଥନ କରୁଥିବା ଗୋଷ୍ଠୀ ରହିଛନ୍ତି । ପାକିସ୍ତାନ ଥିବା ଗୋଷ୍ଠୀର ଯୁକ୍ତି ହେଉଛି ଯେ, ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆଧାରରେ ଆଇସିସି ମୁଖ୍ୟ ପଦବୀ ପାଇଁ ନିର୍ବାଚନ କାଯାଉ । ତେବେ ଅନ୍ୟ ଗୋଷ୍ଠୀଟି ଚାହୁଁଛି ଯେ, ସାଧାରଣ ସଂଖ୍ୟା ଗରିଷ୍ଠତା ଜରିଆରେ ନିର୍ବାଚନ ଅନୁଷ୍ଠିତ ହେବା ଉଚିତ୍‌ । ଏହି ଗୋଷ୍‌ଠୀରେ ଭାରତ ସମେତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ରହିଛନ୍ତି । ପାକିସ୍ତାନ କ୍ରିକେଟ୍‌ ବୋଡର଼୍ ଓ ଅନ୍ୟ କେତେକ ସଦସ୍ୟ ରାଷ୍ଟ୍ର ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଭିତ୍ତିକ ଭୋଟିଂ ଉପରେ ଅଡ଼ି ବସିଛନ୍ତି । ଏଥିଯୋଗୁଁ ଆଇସିସିରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଆଗକୁ ଭାରତ ଓ ପପାକିସ୍ତାନ ଆଇସିସିରେ ମୁହାଁମୁହିଁ ସ୍ଥିତିକୁ ଚାଲିଆସିବାର ଆଶଙ୍କା ରହିଛି । ଏପରି ହେଲେ ପରିସ୍ଥିତି ଆହୁରି ଗୁରୁତର ହେବ ବୋଲି ଅନୁମାନ କରାଯାଉଛି । ଏହି ପ୍ରସଙ୍ଗରେ ଆଇସିସି ବୋଡର଼୍ ହିଁ ନିଷ୍ପତ୍ତି ନେବ । ଆସନ୍ତା ସୋମବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ ବସିବାର କାର୍ଯ୍ୟକକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

5 + 5 =