ଅନ୍‌ଲାଇନ୍‌ ଗ୍ୟାମ୍ବଲିଂକୁ ପ୍ରମୋଟ କରି ଅଡୁଆରେ ବିରାଟ କୋହଲି

0 92

ଚେନ୍ନାଇ : କ୍ରିକେଟ୍‌ ଜଗତର ବାଦ୍‌ସାହ ତଥା ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଅନଲାଇନ ଗ୍ୟାମ୍ବଲିଙ୍ଗକୁ ନେଇ ବିବାଦରେ ଫଶିଯାଇଛନ୍ତି । ମାଡ୍ରାସ ହାଇକୋର୍ଟରେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ପିଟିସନ ଦାଏର କରାଯାଇଛି । ଅନଲାଇନ ଗ୍ୟାମ୍ବଲିଙ୍ଗକୁ ସେ ପ୍ରମୋଟ କରୁଥିବା ଅଭିଯୋଗ ହୋଇଛି । ଆବେଦନରେ ସେହି ସବୁ ଆପକୁ ବ୍ୟାନ କରିବାକୁ ଦାବି କରାଯାଇଛି ଯେଉଁସବୁ ଆପ ମାଧ୍ୟମରେ ଅନଲାଇନ ଗ୍ୟାମ୍ବଲିଙ୍ଗ ହେଉଛି ।ଏହାର ଖରାପ ପ୍ରଭାବ ଯୁବପିଢ଼ି ଉପରେ ପଡୁଥିବା ଆବେଦନରେ କୁହାଯାଇଛି । ଅନଲାଇନ ଗ୍ୟାମ୍ବଲିଙ୍ଗର ଏହି ପ୍ରମୋସନ ପାଇଁ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନାଙ୍କୁ ବ୍ୟବହାର କରାଯାଉଛି ବୋଲି ମଧ୍ୟ ଆବେଦନରେ ଉଲ୍ଲେଖ ରହିଛି ।
ଚେନ୍ନାଇର ଜଣେ ଓକିଲ ହାଇକୋର୍ଟରେ ଆବେଦନ କରିଛନ୍ତି ।ଓକିଲ କହିଛନ୍ତି ଯେ, ଏହିସବୁ ଖରାପ କାମକୁ ପ୍ରୋତ୍ସାହନ ଦେଉଥିବା ଷ୍ଟାରମାନଙ୍କୁ ଗିରଫ କରାଯିବ ଉଚିତ । ଆବେଦନରେ କୁହାଯାଇଛି ଯେ, ଏହିଭଳି ଏକ ଆପରେ ଜୁଆ ଖେଳିବାକୁ ଜଣେ ଯୁବକ ଟଙ୍କା ଧାର କରିଥିଲେ କିନ୍ତୁ ଯେତେବେଳେ ସେ ଟଙ୍କା ଶୁଝି ପାରିନଥିଲେ ଆଉ କୌଣସି ଉପାୟ ନ ପାଇ ଆତ୍ମହତ୍ୟା କରିଥିଲେ ।ଏହି ମାମଲାର ଶୁଣାଣି ଅଗଷ୍ଟ ୪ ତାରିଖରେ ହେବ । ଲକଡାଉନ ଯୋଗୁଁ ବିରାଟ କୋହଲି ମୁମ୍ବାଇରେ ନିଜ ଘରେ ଅଛନ୍ତି । ଗତ କିଛି ମାସ ହେଲା ସେ ସୋସିଆଲ ମିଡ଼ିଆରେ ବିଭିନ୍ନ ବ୍ରାଣ୍ଡର ପ୍ରମୋସନ କରୁଛନ୍ତି । ଶୁକ୍ରବାର ଦିନ ସେ ଆସାମ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ ।ଏକ ବୟାନରେ ବିରାଟ ଓ ଅନୁଷ୍କା ଶର୍ମା କହିଛନ୍ତି ଯେ ରିଲିଫ କାର୍ଯ୍ୟରେ ୩ ସଂଗଠନ- ଏକ୍ସନ ଏଡ଼ ଇଣ୍ଡିଆ, ରପିଡ଼ ରେସ୍ପନ୍ସ ଓ ଗଞ୍ଜକୁ ସାହାଯ୍ୟ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

4 × 5 =