୨ରେ ଆଇପିଏଲ୍‌ ବୈଠକ

0 75

ମୁମ୍ବାଇ : ସଂଯୁକ୍ତ ଆରବ ଏମିରେଟ୍ସରେ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପାଇଁ ବିସିସିଆଇ ଓ ଏମିରେଟ୍ସ କ୍ରିକେଟ୍‌ ବୋଡର଼୍ ଜୋରସୋରରେ ଲାଗିପଡ଼ିଛନ୍ତି । ଆସନ୍ତା ଅଗଷ୍ଟ ୨ ତାରିଖରେ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ବୈଠକ ବସିବ । ଏଥିରେ ଟୁର୍ଣ୍ଣାମେଣ୍ଟର ଖେଳସୂଚୀକୁ ଚୂଡ଼ାନ୍ତ ରୂପରେଖ ଦିଆଯିବ । ସେହିଦିନ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟର ସଂପୂର୍ଣ୍ଣ ଏଜେଣ୍ଡା ଚୂଡ଼ାନ୍ତ ହେବ । ଖେଳ କିପରି ଭାବେ ହେବ, ଦିନକୁ କେତୋଟି ମ୍ୟାଚ୍‌ ରହିବ, ସେମିଫାଇନାଲ୍‌ ଓ ଫାଇନାଲ୍‌ କେଉଁଠାରେ ଓ କିପରି ପରିବେଶରେ ଅନୁଷ୍ଠିତ ହେବ, ଖେଳାଳିମାନେ କେଉଁଠି ରହିବେ, କିଭଳି ଯିବାଆସିବା କରିବେ, ଆଇପିଏଲ୍‌ର ପରିଚାଳନା ଷ୍ଟାଫ୍‌ଙ୍କ ରହଣୀ ଓ ଯାତାୟତ ଇତ୍ୟାଦି ସବୁ ବିଷୟ ଉପରେ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ ବୋଲି ଗଭର୍ଣ୍ଣିଂ କାଉନସିଲ୍‌ ମୁଖ୍ୟ ବ୍ରିଜେଶ୍‌ ପଟେଲ ମଙ୍ଗଳବାର ସୂଚନା ଦେଇଛନ୍ତି । ବିସିସିଆଇର ଅନ୍ୟଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟର ନିୟମାବଳୀ ସଂପର୍କରେ ବୈଠକରେ ଆଠୋଟି ଫ୍ରାଞ୍ଚାଇଜ୍‌ ଦଳଙ୍କୁ ଅବଗତ କରାଯିବ । ସେମାନଙ୍କୁ ବୈଠକ ପରେ ଏସ୍‌ଓପି ପ୍ରଦାନ କରାଯିବ । ଫଳରେ ସେମାନେ ତାହାକୁ ଅନୁଧ୍ୟାନ କରି କାର୍ଯ୍ୟ କରିବେ । ଆଇପିଏଲ୍‌ ସମୟରେ ଯେପରି କୌଣସିପ୍ରକାର ବ୍ୟତିକ୍ରମ ନଘଟେ ସେଥିପ୍ରତି ଧ୍ୟାନ ଦିଆଯିବ । ବୈଠକରେ ବିସିସିଆଇର ଉଚ୍ଚ ପଦାଧିକାରୀ ଯୋଗ ଦେବେ । ବୋଡର଼୍ ସଭାପତି ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ଜୟ ସାହଙ୍କ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ।

hiranchal ad1
Leave A Reply

Your email address will not be published.

sixteen − eleven =