ଟି-୨୦ ବିଶ୍ୱକପ୍ ନେଇ ଚିନ୍ତିତ ନୁହେଁ

0 166

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକଡାଉନ କାରଣରୁ ଟି-୨୦ ବିଶ୍ୱକପ୍ ଅନୁଷ୍ଟିତ ହେବା ନେଇ ଆଶଙ୍କା ଦେଖାଦେଇଛି । ଅନେକ ଖେଳାଳି ଏବଂ ଆୟୋଜକ ଏହାକୁ ନେଇ ଚିନ୍ତିତ ଥିବା ବେଳେ ପ୍ରଖ୍ୟାତ କୋଚ୍ ଡିନ୍ ଜୋନ୍ସ କିନ୍ତୁ ଭିନ୍ନ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଟି-୨୦ ବିଶ୍ୱକପକୁ ନେଇଇ ମୁଁ ଆଦୌ ଚିନ୍ତିତ କିମ୍ବା ବିଚଳିତ ନୁହେଁ । କାରଣ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ବେଳେ ବେଳେ ବଦଳିଥାଏ । ବର୍ତ୍ତମାନ ସମଗ୍ର ବିଶ୍ୱ ଏକ କଠିନ ସମୟ ଦେଇ ଗତି କରୁଛି । ବିଶେଷକରି ଖେଳାଳିମାନେ ଅତିଷ୍ଟ ଲାଭଳି ପରିସ୍ଥିତି ମଧ୍ୟରେ ଅଛନ୍ତି । କାରଣ ଖେଳାଳି ବା ଆଥଲେଟ୍ମାନଙ୍କର ଅଧିକାଂଶ ସମୟ ବାହାରେ ହିଁ କଟିଥାଏ । ସେମାନଙ୍କର ଜୀବନ ରୁଟିନ୍ ଦ୍ୱାରା ପରିଚାଳିତ ହୋଇଥାଏ । ତେଣୁ ଯେତେବେଳେ ସେମାନଙ୍କୁ ଘର ଭିତରେ ଆବଦ୍ଧ ହୋଇ ରହିବାକୁ କୁହାଯାଏ, ସେମାନେ ତାହାକୁ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଥାଏ । ବର୍ତ୍ତମାନ ପରିସ୍ଥିତି ସେହିଭଳି । ଆଥଲେଟ୍ ପୁରୁଷ ହୁଅନ୍ତୁ କି, ମହିଳା ସେମାନଙ୍କର ସମଗ୍ର ଜୀବନ ମୁଖ୍ୟତଃ ଖେଳରେ ହିଁ ବିତିଥାଏ । ଅର୍ଥାତ ନିର୍ଦ୍ଧାରିତ ରୁଟିନ ବା କାର୍ଯ୍ୟସୂଚୀ ଅନୁସାରେ ସେମାନଙ୍କୁ କାର୍ଯ୍ୟ କରିବାକୁ ପଡ଼ିଥାଏ । ଏହାକୁ ଏଡ଼ାଇବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ । କେବଳ ଆହତ ସମସ୍ୟା କ୍ଷେତ୍ରରେ ସେମାନେ ପଡ଼ିଆ ବହାରେ ରହିଥାନ୍ତି । ଏବେ ଲକଡାଉନ ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ବାଧ୍ୟ କରିଛି । କ୍ରିକେଟରମାନେ ଟି-୨୦ ବିଶ୍ୱକପକୁ ନେଇ ବ୍ୟସ୍ତ । କିନ୍ତୁ ମୋ ମତରେ ଚିନ୍ତିତ ହୋଇ କିଛି ଲାଭ ନାହିଁ । ଯାହା ହେବା କଥା ତାହାହିଁ ହେବ ବୋଲି ଜୋନ୍ସ କହିଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 2 =