ମୁମ୍ବାଇ : ବିସିସିଆଇର ଜେନେରାଲ୍ ମ୍ୟାନେଜର (କ୍ରିକେଟ୍ କାର୍ଯ୍ୟ ପରିଚାଳନା) ପଦରୁ ସବା କରିମ୍ ଇସ୍ତଫା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ୨୦୧୭ ଡିସେମ୍ବର ମାସରେ କରିମ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ସେତେବେଳେ ରାହୁଲ୍ ଜୋହରି ସିଇଓ ଥିଲେ । କିଛିଦିନ ତଳେ ଜୋହରି ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ଏହାପରେ ଏବେ କରିମ୍ ଓହରି ଯାଇଛନ୍ତି । ତେଣୁ ଏହି ଘଟଣାକୁ ବିସିସିଆଇର ବହୁ ସଦସ୍ୟ ଗୁରୁତ୍ୱର ସହ ନେଉଛନ୍ତି । କରିମ୍ କାହିଁକି ଇସ୍ତଫା ଦେଲେ ତାହା ଜଣାପଡ଼ିନାହିଁ ।