ଲଣ୍ଡନ : ସମ୍ପ୍ରତି ପାକିସ୍ତାନ ଟିମ୍ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ୱର୍ସେଷ୍ଟର୍ଠାରେ ରହିଥିବା ବେଳେ ଦଳ ସହ ସ୍ପିନର୍ କାଶିଫ୍ ଭଟ୍ଟି ଯୋଗଦେଇଛନ୍ତି । ପୂର୍ବରୁ ୩୩ ବର୍ଷୀୟ ଖେଳାଳି ଜଣକ ତୃତୀୟ ବ୍ୟାଚ୍ରେ ଇଂଲଣ୍ଡରେ ପହଞ୍ଚିବା ପରେ ତାଙ୍କର ନମୁନା ପରୀକ୍ଷା ହୋଇଥିଲା ଓ ସେ ପଜିଟିଭ୍ ବାହାରିଥିଲେ । କିନ୍ତୁ ଦୁଇ ଥର ତାଙ୍କର ନମୂନା ନେଗେଟିଭ୍ ଆସିବା ପରେ ସେ ଦଳ ସହ ଯୋଗଦେଇଥିବା ଇଂଲଣ୍ଡ ଏଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ସୂଚନା ଦିଆଯାଇଛି । ପାକିସ୍ତାନ ଟିମ୍ ଇଂଲଣ୍ଡ ଅଭିମୁଖେ ଦେଶ ଛାଡ଼ିବା ପୂର୍ବରୁ ମଧ୍ୟ କାଶିଫ୍ ପଜିଟିଭ୍ ରହିଥିଲେ । କିନ୍ତୁ ନେଗେଟିଭ୍ ସାବ୍ୟସ୍ତ ହେବା ପରେ ତାଙ୍କୁ ଯୁକ୍ତରାଜ୍ୟ ଗସ୍ତ ପାଇଁ ଅନୁମତି ମିଳିଥିଲା । ତେବେ ଯୁକ୍ତରାଜ୍ୟରେ ପହଞ୍ଚିବା ପରେ ଇସିବି ଗାଇଡ୍ଲାଇନ୍ ଅନୁସାରେ ତାଙ୍କର ନମୁନା ପରୀକ୍ଷା ହୋଇଥିଲା ଓ ସେ ପଜିଟିଭ୍ ବାହାରିଥିଲେ । ତେଣୁ ତାଙ୍କୁ ସେଲ୍ଫ- ଆଇସୋଲେସନ୍ରେ ରହିବାକୁ ପଡ଼ିଥିଲା । ବର୍ତ୍ତମାନ କାଶିଫ୍ ଦୁଇ ଥର ନେଗେଟିଭ୍ ସାବ୍ୟସ୍ତ ହୋଇଥିବାରୁ ଅନ୍ୟ କୌଣସି ଖେଳାଳିଙ୍କୁ ତାଙ୍କଠାରୁ କୌଣସି ବିପଦ ନ ଥିବାରୁ ତାଙ୍କୁ ଦଳରେ ସାମିଲ୍ କରାଯାଇଛି ବୋଲି ଇସିବି ମୁଖପାତ୍ର କହିଛନ୍ତି ।