କଲମ୍ବୋ : ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କାରେ ଅଛନ୍ତି । ଏହି ଗସ୍ତରେ ଭାରତୀୟ ଦଳକୁ ୩ ଟି ଦିନିକିଆ ଏବଂ ୩ ଟି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବ । ପ୍ରଥମ ଦିନିକିଆ ମ୍ୟାଚ୍ ଜୁଲାଇ ୧୩ ରେ ଖେଳାଯିବ । ଧାୱନଙ୍କ ଅଧିନାୟକତ୍ୱ ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଏହି ସିରିଜ୍ ଖେଳାଯିବ । ଶ୍ରୀଲଙ୍କାରେ ପହଞ୍ଚିଥିବା ଭାରତୀୟ ଦଳ ଏହାର କ୍ୱାରେଣ୍ଟାଇନ ସମୟ ସମାପ୍ତ କରିଛି । ଯାହାର ପ୍ରମାଣ ସୋସିଆଲ ମିଡିଆରେ ବିସିସିଆଇ ପୋଷ୍ଟ କରିଥିବା ଖେଳାଳିଙ୍କ ଫଟୋରୁ ଜଣାପଡୁଛି । ଏହି ଫଟୋରେ ଭାରତୀୟ ଦଳର ଖେଳାଳିମାନେ ସୁଇମିଂ ପୁଲରେ ମସ୍ତି କରୁଥିବା ଦେଖିବାକୁ ମିଳୁଛି । ଫଟୋରେ ଅଧିନାୟକ ଧାୱନ ଠାରୁ ଆରମ୍ଭ କରି ୟୁଜବେନ୍ଦ୍ର ଚହଲ ପର୍ଯ୍ୟନ୍ତ ସମସ୍ତେ ପୁଷ୍କରିଣୀରେ ମଜା କରୁଥିବା ଦେଖିବାକୁ ମିଳିଛି ।
ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ କୋଚ୍ ଭୂମିକାରେ ନଜର ଆସିବେ, ଯାହାକୁ ନେଇ ପ୍ରଶଂସକମାନେ ଉତ୍ସାହର ସହ ଅନାଇ ବସିଛନ୍ତି । ଏହି ଭ୍ରମଣରେ ଧାୱନ ଅଧିନାୟକ ଥିବାବେଳେ ଭୁବନେଶ୍ୱର କୁମାର ଉପ-ଅଧିନାୟକ ରହିଛନ୍ତି । ଏହି ଦଳରେ ଅନେକ ଯୁବ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁମାନେ ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ଆସିଛନ୍ତି ।
ଏହି ଗସ୍ତରେ ରାଜସ୍ଥାନ ରୟାଲ୍ସର ଉଦୟମାନ ଯୁବ ପେସର ଚେତନ ସାକରିଆ ମଧ୍ୟ ତାଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଏଥି ସହିତ ନୀତୀଶ ରାଣା ଏବଂ ଇଶାନ କିଶନଙ୍କ ଭଳି ଯୁବ ଖେଳାଳିଙ୍କୁ ମଧ୍ୟ ଏହି ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ଚଳିତ ବର୍ଷ ଟି -୨୦ ବିଶ୍ୱକପ ଆୟୋଜନ ହେବାର ଅଛି । ଏଭଳି ପରିସ୍ଥିତିରେ ଏହି ସିରିଜ୍ ଯୁବ ଖେଳାଳିଙ୍କ ପାଇଁ ନିଜକୁ ପ୍ରମାଣ କରିବାକୁ ସୁଯୋଗ ରହିଛି । ଏହି ସିରିଜରେ ଭାରତୀୟ ଯୁବ ଖେଳାଳିମାନେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା ମଜାଦାର ହେବ ବୋଲି କ୍ରିକେଟ ପ୍ରଶଂସକମାନେ କହିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀଲଙ୍କାର ଦଳ ଖରାପ ସ୍ଥିତିରେ ଅଛି । ଇଂଲଣ୍ଡ ଗସ୍ତରେ ଶ୍ରୀଲଙ୍କା ଦଳ ଟି-୨୦ ସିରିଜ ହରାଥିବା ବେଳେ ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଉଭୟ ଦିନିକିଆ ମ୍ୟାଚ୍ ମଧ୍ୟ ହାରିଛି । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି ।