ଡ୍ରାଇଭରଙ୍କ ଝିଅ ପାଇଲେ ପାରା ଅଲିମ୍ପିକ୍ସ ଟିକେଟ୍‌

0 93

ଚଣ୍ଡିଗଡ : ଭାଗ୍ୟରେ ଥିଲେ ବେଳେବେଳେ ସୁଯୋଗ ଆପଣା ଛାଏଁ ହାତ ପାଖରେ ପହଞ୍ଚେ । ହରିୟାଣାର ୨୧ ବର୍ଷିଆ ତାଇକୋଣ୍ଡ ପ୍ରତିଯୋଗି ଅରୁଣା ସିଂ କନୱାରଙ୍କ କ୍ଷେତ୍ରରେ ଏହା ଘଟିଛି । ଟୋକିଓ ପାରା ଅଲିମ୍ପିକ୍ସ ଅନ୍ତର୍ଗତ ତାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ପାଇବେ ବୋଲି ସେ କେବେବି ଆଶା କରିନଥିଲେ । କିନ୍ତୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ବଳରେ ବୁଧବାର ସେ ଏହି ସୁଯୋଗ ପାଇଛନ୍ତି । ଆସନ୍ତା ଅଗଷ୍ଟ ୨୪ତାରିଖରୁ ଆରମ୍ଭ ହେବାକୁ ଥିବା ତାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ତାଙ୍କୁ ଟିକେଟ ମିଳିଛି । ୨୦୧୯ରେ ଅନୁଷ୍ଠିତ ବିଶ୍ୱ ପାରା ତାଇକୋଣ୍ଡ ଚମ୍ପିଆନସିପିରେ ସେ ଭାଗ ନେଇ ବ୍ରୋଞ୍ଜ ପଦକ ଜିତିଥିଲେ । ବୁଧବାର ସେ ଏହି ସୁଯୋଗ ବା ଟିକେଟ୍‌ ପାଇଛନ୍ତି ବୋଲି ଭାରତୀୟ ପାରା ତାଇକୋଣ୍ଡ ଆସୋସିଏସନ ତାଙ୍କୁ ଜଣାଇଥିଲା । ଏହି ଖବର ପାଇ ତାଙ୍କ ପିତା ନରେଶ ଅତ୍ୟନ୍ତ ଆନନ୍ଦିତ । ସେ ଏକ କେମିକାଲ କାରାଖାନାରେ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ତାଙ୍କ ବାପା ଯେତିକି ରୋଜଗାର କରନ୍ତି ସେଥିରେ ଘର ଚଳେ । ଅରୁଣାଙ୍କୁ ମିଶାଇ ତାଙ୍କର ତିନି ସନ୍ତାନ । ବର୍ତ୍ତମାନ ଅରୁଣା ପାରା ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ପାଇଥିବାରୁ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ ବୋଲି ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

fifteen + 1 =