ବଲବୀର ସିଂଙ୍କୁ ପୁଣି ହୃଦ୍‌ଘାତ

0 67

ଚଣ୍ଡୀଗଡ଼ : ହକି କିମ୍ବଦନ୍ତୀ ବଲବୀର ସିଂ (ସିନିୟର)ଙ୍କୁ ପୁଣି ହୃଦ୍‌ଘାତ ହୋଇଛି । ସେ ଦୁଇଥର ହୃଦ୍‌ଘାତରେ ଶିକାର ହୋଇଥିବାର ଜଣାପଡ଼ିଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ଜଣାପଡ଼ିଛି । ତାଙ୍କ ନାତି କବିର ଏହି ସୂଚନା ଦେଇଛନ୍ତି । ତିନିଥର ଅଲିମ୍ପିକ୍ ପଦକ ଜିତିଥିବା ବଲବୀରଙ୍କୁ ଗତ ମଙ୍ଗଳବାର ସକାଳେ ହୃଦଘାତ ହୋଇଥିଲା । ସେବେଠାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଗତକାଲି ପୁଣି ସେ ହୃଦ୍‌ଘାତର ଶିକାର ହୋଇଥିଳେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇପଡ଼ିଛି । ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୨୪-ଘଣ୍ଟିଆ ନଜର ରଖିଛନ୍ତି । ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ବହୁ ବ୍ୟକ୍ତି ଚିନ୍ତା ପ୍ରକଟ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 12 =