ବିପଦ ବେଳେ ପଡ଼ନ୍ତି ଖୋଜା ଏହି ଖେଳାଳି

0 99

ନୂଆଦିଲ୍ଲୀ: ଟେଷ୍ଟ ହେଉ କି ଦିନିକିଆ ଧୈର୍ଯ୍ୟର ସହ ଖେଳି ନିଜ ନାମକୁ “ଦ ୱାଲ୍‌’ ଭାବେ ବିବେଚିତ କରିଥିବା ରାହୁଲ ଦ୍ରାବିଡ଼ଙ୍କ ପରେ ଭାରତୀୟ ଟିମ୍‌ରେ ଆଉଜଣେ ତାଙ୍କରି ଭଳି ଧୈର୍ଯ୍ୟଶୀଳ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଦଳରେ ବିପଦ ବେଳେ ଡକରା ପଡ଼ିଥାନ୍ତି ବୋଲି ‘୧୦୦ ଆୱାର୍ସ ୧୦୦ ଷ୍ଟାର୍ସ’ର ଏକ ବକ୍ତୃତା ବେଳେ ଭିଡ଼ିଓ ବାର୍ତ୍ତାରେ ପୂଜାରା ଏକଥା କହିଛନ୍ତି । ତାଙ୍କ କହିବା କଥା ଟେଷ୍ଟ ସିରିଜ୍ ଖେଳିବାକୁ ୨୦୧୭ରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିଥାଏ । ମୁଁ ଟେଷ୍ଟ ଦଳରେ ସାମିଲ୍ ହେବକି ନାହିଁ ତାହା ମଧ୍ୟ ଚିନ୍ତାରେ ଥାଏ । କିନ୍ତୁ ହଠାତ୍ ମୋତେ ଡକରା ପଡ଼ିଥିଲା । ପ୍ରଥମ ଟେଷ୍ଟରେ ମୁଁ ରିଦ୍ଧିମାନ୍ ଶାହାଙ୍କ ସହ ସପ୍ତମ ୱିକେଟ୍ ଯୋଡ଼ିରେ ୨୦୦ ରନ୍ କରିଥିଲୁ । ଯେଉଁଥିପାଇଁ ଆମର ଦଳୀୟ ସ୍କୋର ୫୦୦ ଛୁଇଁପାରିଥିଲା । ସେହି ଯୋଡ଼ି ଏକ ସ୍ମରଣୀୟ ଯୋଡ଼ି ବୋଲି ମୁଁ ଭାବୁଛି ବୋଲି ସେହି ଭିଡ଼ିଓ ବାର୍ତ୍ତାରେ ଚେତେଶ୍ୱର ପୂଜାରା କହିଛନ୍ତି । ସେ ପୁଣି କହିଛନ୍ତି ଯେ, ସେ ପ୍ରଥମ ଟେଷ୍ଟ ନୁହେଁ, ବେଙ୍ଗାଲୁରରେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଆଜିଙ୍କ୍ୟା ରାହାଣେଙ୍କ ସହ ମିଶି ଏକ ବିଶାଳ ପାର୍ଟନରସିପ୍ କରିଥିଲୁ । ଯେଉଁଥିରେ କି ଭାରତ ସିରିଜ୍ ଜିତିଥିଲା । ଏବଂ ସେହିଦିନ ଠାରୁ ମୁଁ ଭାବିନେଲି ଯେ, ଭାରତୀୟ ଦଳ ମୋତେ କେବଳ ବିପଦ ବେଳେ ହିଁ ଡାକୁଛନ୍ତି । ଯେତେବେଳେ କୌଣସି ବ୍ୟାଟ୍ସମ୍ୟାନ୍ ଫର୍ମରେ ନଥିବେ, କିଏ ବା ଆହାତ ହୋଇଥିବେ ସେହି ସମୟରେ ହିଁ ମୁଁ ଦଳରେ ସାମିଲ୍ ହେବା ନିଧାର୍ଯ୍ୟ ବୋଲି ପୁଜାରା କହିଥିଲେ ।

hiranchal ad1
Leave A Reply

Your email address will not be published.

nine + two =