ଜାଡେଜାଙ୍କ ବିସ୍ଫୋରଣ, ଗୋଟିଏ ଓଭରରେ କଲେ ୩୭ ରନ

0 238

ମୁମ୍ବାଇ : ଆଜି ଅନୁଷ୍ଠିତ ଆଇପିଏଲର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମ ଇନିଂସରେ ୧୯୧/୪ ରନ କରିଛି । ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜା ୨୮ ବଲରେ ୬୨ ରନ କରି ଦଳକୁ ଏହି ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଶେଷ ଓଭରରେ ରବିନ୍ଦ୍ର ଜାଡେଜା ୩୭ ରନ କରି ମ୍ୟାଚର ରୂପ ବଦଳାଇ ଦେଇଥିଲେ । ଶେଷ ଓଭର ପୂର୍ବରୁ ମ୍ୟାଚର ସଫଳ ବୋଲର ଭାବରେ ହର୍ଷଲ ପଟେଲଙ୍କ ନାମ ଥିଲା । କିନ୍ତୁ ଶେଷ ଓଭର ଆରମ୍ଭ ହେବା କ୍ଷଣି ରବିନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥିଲା । ପ୍ରଥମ ବଲରେ ଛକା, ଦ୍ୱିତୀୟ ବଲରେ ଛକା, ତୃତୀୟ ବଲ ନ ବଲ ହେବା ଛକା ହୋଇଥିଲା । ସେହିପରି ତୃତୀୟ ତଥା ଫ୍ରି ହିଟ୍‌ ବଲ ମଧ୍ୟ ଛକ ହୋଇଥିଲା । ଚତୁର୍ଥ ବଲରେ ଜାଡେଜା ୨ ରନ ନେଇଥିଲେ । ସେହିପରି ପଞ୍ଚମ ବଲରେ ଆଉ ଏକ ଛକା ଲଗାଇବା ସହ ଶେଷରେ ବଲରେ ଚୌକା ଲଗାଇଥିଲେ । ଏହା ଆଇପିଏଲ ଇତିହାସର ସବୁଠାରୁ ମହାଙ୍ଗ ଓଭର ହୋଇଥିଲା ।
ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୧୯୧/୪ ପହଞ୍ଚିଛି । ଦଳ ପକ୍ଷରୁ ଗାଏକ୍ୱାଡ ୩୩, ଡୁଫ୍ଲିସି ୫୦, ରୈନା ୨୪, ରାୟୁଡୁ ୧୪, ରବିନ୍ଦ୍ର ଜାଡେଜା ଅପରାଜିତ ୬୨ ଓ ଧୋନୀ ଅପରାଜିତ ୨ରନ କରିଥିଲେ । ବୋଲିଂରେ ହର୍ଷଲ ପଟେଲକୁ ୩ଟି ଉଇକେଟ ମିଳିଥିବା ବେଳେ ଚହଲଙ୍କୁ ଗୋଟିଏ ସଫଳତା ମିଳିଛି ।

hiranchal ad1
Leave A Reply

Your email address will not be published.

nine + seven =