ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା, ରସ୍‌ ଟେଲରଙ୍କୁ ମିଳିଲାନି ସ୍ଥାନ

0 133

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍‌ ଦଳ ଟି -୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ମନୋନୀତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦଳରେ ଭେଟେରାନ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରସ ଟେଲରଙ୍କୁ ସ୍ଥାନ ମିଳିନାହିଁ । ଗତ ବର୍ଷ ନଭେମ୍ବରରେ ଟେଲର ତାଙ୍କର ଶେଷ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ଟେଲରଙ୍କ ସହ କଲିନ୍‌ ଡି ଗ୍ରାଣ୍ଡହୋମେ ଏବଂ ଫିନ୍‌ ଆଲେନ୍‌ ମଧ୍ୟ ଏହି ଦଳରେ ସାମିଲ କରାଯାଇନାହିଁ । ଗତ ଦେଢବର୍ଷ ଧରି କଲିନ୍‌ ଡି ଗ୍ରାଣ୍ଡହୋମ୍‌ ନ୍ୟୁଜିଲ୍ୟାଣ୍ଡ ପାଇଁ କୌଣସି ଫର୍ମାଟରେ ଖେଳି ନାହାଁନ୍ତି । ଏହା ବ୍ୟତୀତ ଫିନ୍‌ ଆଲେନ ଶେଷ ସିଜନରେ ୧୯୩ ର ଷ୍ଟ୍ରାଇକ୍‌ ରେଟ୍‌ ସହ ରନ୍‌ ସ୍କୋର କରିଥିଲେ ମଧ୍ୟ ତାଙ୍କୁ ଏହି ଦଳରେ ସ୍ଥାନ ନମିଳିବା ସମସ୍ତଙ୍କୁ ଚକିତ କରିଛି । ସେହିପରି ଧୁଆଁଧାର ବ୍ୟାଟ୍ସମ୍ୟାନ ମୁନ୍‌ରେଙ୍କୁ ମଧ୍ୟ ଏହି ଦଳରେ ସ୍ଥାନ ମିଳିନାହିଁ ।
୩୪ ବର୍ଷୀୟ ସ୍ପିନର ଟସ୍‌ ଆଷ୍ଟଲେ ଟି -୨୦ ପାଇଁ ମନୋନୀତ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହା ବ୍ୟତୀତ କିୱି ଦଳ ଟି -୨୦ ବିଶ୍ୱକପ ପାଇଁ ଦଳରେ ମିଚେଲ ସାଣ୍ଟନର୍‌ ଏବଂ ଇଶ୍‌ ସୋଡିଙ୍କ ଭଳି ସ୍ପିନରଙ୍କୁ ମଧ୍ୟ ସାମିଲ କରାଯାଇଛି । ଦ୍ରୁତ ବୋଲର ଆଡାମ ମିଲନେ ଦଳରେ ଷ୍ଟାଣ୍ଡବାଇ ଭାବରେ ଦଳ ସହ ଜଡିତ ହେବେ । ଯଦି କୌଣସି ଖେଳାଳି ଆଘାତ ପାଆନ୍ତି, ତେବେ ମିଲନେ ତାଙ୍କ ସ୍ଥାନରେ ଖେଳିପାରନ୍ତି ।
ଟ୍ରେଣ୍ଟି ବୋଲ୍ଟ, ଟିମ୍‌ ସାଉଥୀ ଏବଂ କାଇଲ୍‌ ଜାମିସନ୍‌ ଦ୍ରୁତ ବୋଲିଂ ଭାବରେ କିୱି ଦଳରେ ସ୍ଥାନ ପାଇଛନ୍ତି, ଏହା ବ୍ୟତୀତ ଲକି ଫର୍ଗୁସନ୍‌ ମଧ୍ୟ ତାଙ୍କ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତିି । ୱିକେଟ୍‌ କିପର ପାଇଁ ଗ୍ଲେନ୍‌ ଫିଲିପ୍ସଙ୍କୁ ଚୟନ କରାଯାଇଛି ।
ଟି -୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ
କେନ୍‌ ୱିଲିୟମସନ (ଅଧିନାୟକ), ଟସ ଆଷ୍ଟଲେ, ଟ୍ରେଣ୍ଟ ବୋଲ୍ଟ, ମାର୍କ ଚାପମାନ, ଡିଭନ୍‌ କନୱେ, ଲକି ଫର୍ଗୁସନ୍‌, ମାର୍ଟିନ୍‌ ଗୁପ୍ଟିଲ୍‌, କାଇଲ୍‌ ଜାମିସନ୍‌, ଡାରିଲ୍‌ ମିଚେଲ, ଜିମି ନିଶାମ, ଗ୍ଲେନ୍‌ ଫିଲିପ୍ସ, ମିଚେଲ ସାଣ୍ଟନର୍‌, ଟିମ୍‌ ସେଫର୍ଟ (ଉଇକେଟ କିପର), ଇଶ୍‌ ସୋଡି, ଟିମ୍‌ ସାଉଥୀ , ଆଡାମ ମିଲନେ (ଷ୍ଟାଣ୍ଡବାଇ)

hiranchal ad1
Leave A Reply

Your email address will not be published.

four + 7 =