ଟୋକିଓ : ଭାରତୀୟ ପୁରୁଷ ହକି ଦଳ ପରେ ମହିଳା ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ଦଳ ପ୍ରଥମ ଥର ଏହି କୃତିତ୍ୱ ହାସଲ କରି ଇତିହାସ ରଚିଛି । ଭାରତୀୟ ହକି ଦଳ ୪ ଦଶନ୍ଧି ପରେ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିବା ବେଳେ ଭାରତର ମହିଳା ହକି ଦଳ କ୍ୱାର୍ଟର ଫାଇନାଲରେ ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ଅଷ୍ର୍ଟ୍ରେଲିଆକୁ ୧-୦ରେ ପରାସ୍ତ କରିଛି । ଦଳ ତରଫରୁ ଏହି ଏକମାତ୍ର ଗୋଲ୍ ଦେଇଥିଲେ ଗୁରଜୀତ କୌର। ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍।ସେମି ଫାଇନାଲ୍ରେ ଦଳ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ।