ଋଷଭ ପନ୍ତ କରୋନା ପଜିଟିଭ୍‌ ଚିହ୍ନଟ, ଦେଖିଥିଲେ ୟୁରୋକପ୍‌ ମ୍ୟାଚ୍‌

0 135

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍‌ ଇଣ୍ଡିଆକୁ ଝଟକା । ୱିକେଟ କିପର ଋଷଭ ପନ୍ତ କୋଭିଡ ପଜିଟିଭ୍‌ ହୋଇଥିବା ସୂଚନା ରହିଛି । ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିଲା ଟେଷ୍ଟ ମ୍ୟାଚ । କରୋନା ନିୟମକୁ ଦୃଷ୍ଟିରୁ ରଖି ଟିମ୍‌ ଇଣ୍ଡିଆ ବହୁ ପୂର୍ବରୁ ଇଂଲଣ୍ଡ ଗସ୍ତ କରିଥିଲା । ହେଲେ ପନ୍ତ ପଜିଟିଭ୍‌ କୋଭିଡରେ ସଂକ୍ରମିତ ହେବା ଦଳକୁ ଝଟକା ଦେଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନିକଟରେ ଲଣ୍ଡନରେ ଆୟୋଜିତ ହୋଇଥିବା ୟୁରୋ କପ୍‌ ଫାଇନାଲ ମ୍ୟାଚ ଦେଖିବାକୁ ପନ୍ତ ଯାଇଥିଲେ । ଯେଉଁଠି ୯୦ ହଜାରରୁ ଅଧିକ ଦର୍ଶକ ଥିଲେ । ଏଥିସହ କରୋନାର ସମସ୍ତ ନିୟମକୁ ଏଠି ଜଳାଞ୍ଜଳି ଦିଆଯାଇଥିଲା । ପନ୍ତ ୟୁରୋ କପ୍‌ ଦେଖିବାକୁ ଯାଇଥିଲେ ବୋଲି ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍‌ କରିଥିଲେ ।
ପନ୍ତ ଏବେ ଲଣ୍ଡନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ହୋମ୍‌ ଆଇସୋଲେସନରେ ଥିବା ଜଣାପଡ଼ିଛି । ପନ୍ତଙ୍କ ସହିତ ଥିବା ଅନ୍ୟ ଖେଳାଳି କୋଭିଡରେ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି । ହେଲେ ଯେଉଁମାନେ ପନ୍ତଙ୍କ ସହିତ ଥିଲେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା କୁହାଯାଉଛି ।
ବିସିସିଆଇ ଯଦି ସରକାରୀ ଭାବରେ ଏ ନେଇ କୌଣସି ବିବୃତ୍ତି ଦେଇ ନାହିଁ । ହେଲେ ୮ ଦିନ ହେବ ରିଷଭ ହୋମ୍‌ ଆଇସୋଲେସନରେ ଥିବା ସୂଚନା ରହିଛି । ଏବେ ପନ୍ତ ଡରହମ ଯିବେ ନାହିଁ ବୋଲି ସୂଚନା ରହିଛି । ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆ ଡରହମରେ ପ୍ରାକ୍ଟିସ ମ୍ୟାଚ ଖେଳିବ ବୋଲି ଜଣାପଡ଼ିଛି । ହେଲେ ପନ୍ତ ଟିମରେ କେବେ ସାମିଲ ହେବେ ସେ ନେଇ ସୂଚନା ମିଳିନାହିଁ ।

hiranchal ad1
Leave A Reply

Your email address will not be published.

two × three =