ସଚିନ୍, କୋହଲିଙ୍କଠାରୁ ଉମର କିଛି ଶିଖନ୍ତୁ

0 249

ନୂଆଦିଲ୍ଲୀ : ଖେଳରେ ସମସ୍ତେ ସମସ୍ତଙ୍କଠାରୁ କିଛି ନା କିଛି ଶିଖିବାର ଆବଶ୍ୟକତା ଅଛି । କାରଣ ଏହା ଏଭଳି ଏକ କ୍ଷେତ୍ର, ପ୍ରତିଦିନ ଖେଳାଳିମାନେ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି । ଏ ଦୃଷ୍ଟିରୁ ମୋର ସାନ ଭାଇ ଉମର ଭାରତର ସଚିନ ତେନ୍ଦୁଲକର, ଏମଏସ ଧୋନି ଓ ବିରାଟ କୋହଲିଙ୍କ ଭଳି କ୍ରିକେଟରଙ୍କଠାରୁ କିଛି ଶିଖିବା ଉଚିତ । ଏଭଳି ମନ୍ତବ୍ୟ ଦେଇଛନ୍ତି ଉମରଙ୍କ ବଡ଼ଭାଇ କମରାନ୍ ଆକମଲ । ସେ କହିଛନ୍ତି ଯେ, ଭାରତର ଏହି ତିନି ପ୍ରତିଷ୍ଠିତ ଖେଳାଳିଙ୍କଠାରେ ଏଭଳି ଗୁଣ ରହିଛି, ଯାହା ଜଣେ ଭଲ ଖେଳାଳିଙ୍କ ନିକଟରେ ରହିବା କଥା । ବିଶେଷ କରି ଆଚରଣକୁ ସୁଦ୍ଧ ରଖିବାର କେତେ ଆବଶ୍ୟକତା ରହିଛି, ତାହା ସେମାନଙ୍କଠାରୁ ଜାଣିହେବ । ଉଭୟ ପଡ଼ିଆ ବାହାରେ ଓ ପଡ଼ିଆରେ ସେମାନେ ଯେଉଁ ଶୈଳୀ ଓ କୌଶଳରେ ଖେଳିଥାନ୍ତି, ତାହାକୁ ଅତି ନିକଟରୁ ନିରୀକ୍ଷଣ କଲେ ବହୁତ କିଛି ଶିଖିବାକୁ ମିଳିବ ବୋଲି ସେ କହିଥିଲେ । ପ୍ରକାଶଥାଉକି, ଦୁର୍ନୀତି ମାମଲାରେ ପାକିସ୍ତାନ କ୍ରିକେଟ ବୋର୍ଡ ଉମରଙ୍କୁ ତିନି ବର୍ଷ ପାଇଁ କ୍ରିକେଟର ସବୁ ଫର୍ମାଟରୁ ତାଙ୍କୁ ବାସନ୍ଦ କରିଥିଲା । ଆକମଲ କହିଛନ୍ତି ଯେ, ଉମରଙ୍କ ପାଇଁ ମୋର ଏତିକି ଉପଦେଶ ରହିବ ଯେ, ତାଙ୍କୁ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି । ଯଦି ସେ କିଛି ଭୁଲ କରନ୍ତି, ତା’ହେଲେ ଅନ୍ୟମାନଙ୍କଠାରୁ ତାହାକୁ ସୁଧାରିବା ପାଇଁ ଶିଖିବା ଉଚିତ । ସେ ଏବେବି ବହୁତ ସାନ । ଖେଳିବା ପାଇଁ ଆହୁରି ଲମ୍ବା ବାଟ ରହିଛି । ତେଣୁ ମହାନ ଖେଳାଳିମାନଙ୍କଠାରୁ ଶିକ୍ଷାଲାଭ କରି ନିଜକୁ ସୁଧାରି ପାରିଲେ ତାଙ୍କର କ୍ୟାରିୟର ଆହୁରି ସମୃଦ୍ଧ ହେବ ବୋଲି ଆକମଲ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =