କାଠ କାମ କରୁଛନ୍ତି ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଦଳର ଖେଳାଳି

0 94

ନୂଆଦିଲ୍ଲୀ : କ୍ରିକେଟରୁ ଅବସର ନେବା ପରେ ଚାରି ବର୍ଷରୁ ଅଧିକ ସମୟ ଧରି ତାଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାଭିୟର୍ ଡୋହର୍ଟି କାଠ କାମ କରୁଛନ୍ତି । ଏହି ବାମହାତୀ ସ୍ପିନର ୨୦୦୧–୦୨ ସିଜନରେ ଲିଷ୍ଟ ଏ କ୍ରିକେଟ୍ ଡେବ୍ୟୁ କରିଥିଲେ ଏବଂ ତାଙ୍କ କ୍ୟାରିଅର୍ ୧୭ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ମାଇକେଲ କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆର ୨୦୧୫ ବିଶ୍ୱକପ ବିଜେତା ଦଳରେ ସେ ସାମିଲ ହୋଇଥିଲେ ।
ପ୍ରକାଶ ଥାଉକି, ଜାଭିୟର୍ ଡୋହର୍ଟି ୨୦୧୫ ବିଶ୍ୱକପରେ ଅଷ୍ଟ୍ରେଲିଆ ଦଳ ପାଇଁ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲେ ଏବଂ ସାତ ଓଭର ବୋଲିଂ କରି ୬୦ ରନ୍ ଦେଇ କୌଣସି ଉଇକେଟ ହାସଲ କରିପାରନଥିଲେ । ବର୍ତ୍ତମାନ ୩୮ ବର୍ଷୀୟ ଡୋହର୍ଟି କ୍ରିକେଟ୍‌ରୁ ବିଦାୟ ନେବା ପରେ ଜୀବନର ପରବର୍ତ୍ତୀ ପଦକ୍ଷେପ ବିଷୟରେ ଅବଗତ ନଥିଲେ, କିନ୍ତୁ ସେ ତାଙ୍କ ବାଟ ଖୋଜିବାକୁ ନିଶ୍ଚିତ କଲେ ଏବଂ ଜଣେ ବଢେଇ ଭାବେ କାମ ଆରମ୍ଭ କଲେ । ଅଷ୍ର୍ଟ୍ରେଲୀୟ କ୍ରିକେଟର୍ସ ଆସୋସିଏସନ୍ (ଏସିଏ) ଦ୍ୱାରା ଅପଲୋଡ୍ ହୋଇଥିବା ଏକ ଭିଡିଓରେ ଡୋହର୍ଟି କାଠ କାମ କରୁଛନ୍ତି ଏବଂ ସେ କିପରି ଏହାକୁ ଉପଭୋଗ କରୁଛନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି । ଗୁରୁତର ପରିସ୍ଥିତିରେ ସାହାଯ୍ୟ କରିଥିବାରୁ ସେ ଏସିଏକୁ ଧନ୍ୟବାଦ ଜଣାଇଛନ୍ତି ।
ଇଣ୍ଟରନେଟ୍ ମିଡିଆରେ ସେୟାର୍ ହୋଇଥିବା ଭିଡିଓରେ ଡୋହର୍ଟି କୁହନ୍ତି, “ବର୍ତ୍ତମାନ, ମୁଁ ଏବେ ବଢେଇ କାମ ଶିଖୁଛି । ଏହି ନିର୍ମାଣ ସ୍ଥଳରେ ମୋର ଦିନ ଏବଂ ମୁଁ ଏହାକୁ ସମ୍ପୂର୍ଣ୍ଣ ଉପଭୋଗ କରିଛି । ସେ କହିଛନ୍ତି ଯେ, ଯତେବେଳେ ମୁଁ କ୍ରିକେଟ୍ ରୁ ଅବସର ନେଇଥିଲି, ମୁଁ କ’ଣ କରିବି ବୋଲି ମୋର କୌଣସି ଧାରଣା ନଥିଲା । ପରେ କିଛି ଅଫିସରେ କାମ କରିବା ପରେ ଏବେ ଏହି କାମ କରୁଛି ବୋଲି ସେ କହିଛନ୍ତି ।
ଡୋହର୍ଟି ଅଷ୍ଟ୍ରେଲିଆ ପାଇଁ ୪ଟେଷ୍ଟ ଓ ୬୦ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୭ ଓ ଦିନିକିଆରେ ୫୫ ଉଇକେଟ ତାଙ୍କ ନାମରେ ସେ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 4 =