ବିଡବ୍ଲୁଏଫ୍ ସମ୍ବିଧାନରେ ପରିବର୍ତ୍ତନ

0 63

ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ବିଶ୍ୱ ଫେଡେରେସନ (ବିଡବ୍ଲୁଏଫ୍) ତା’ର ସମ୍ବିଧାନରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିଛି । ଏହାର ସଭାପତିଙ୍କ କାର୍ଯ୍ୟକାଳକୁ ଚାରି ବର୍ଷରେ ସୀମିତ ରଖାଯାଇଛି । ତା’ସହିତ ପରିଷଦରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପୁରୁଷ ଓ ମହିଳାଙ୍କ ପ୍ରତିନିଧିତ୍ୱକୁ ନେଇ ସଂଶୋଧନ ଅଣାଯାଇଛି । ଫେଡେରେସନ୍ର ବାର୍ଷିକ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ସଂପର୍କରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ହୋଇଥିବା ସଂଶୋଧନ ଅନୁଯାୟୀ କାଉନସିଲରେ ପୁରୁଷ ଓ ମହିଳାଙ୍କ ମଧ୍ୟରୁ ୩୦ ପ୍ରତିଶତ ପ୍ରତିନିଧିତ୍ୱ କରିବେ । ଏହାଛଡ଼ା ପ୍ରତ୍ୟେକ ଦେଶୀୟ ସଂଗଠନରୁ ମଧ୍ୟ ସମାନ ସଂଖ୍ୟକ ପ୍ରତିନିଧି ରହିବେ । ନିକଟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ତା’ର ନ୍ୟାସନାଲ୍ ଅଲିମ୍ପିକ୍ କମିଟିଗୁଡ଼ିକ ପାଇଁ ଏକ ନିୟମ ବା ନିର୍ଦ୍ଦେଶାବଳୀ ଜାରି କରିଥିଲା । ଏହି ନିର୍ଦ୍ଦେଶାବଳୀ ଆଧାରରେ ବିଡବ୍ଲୁଏଫ୍ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

hiranchal ad1
Leave A Reply

Your email address will not be published.

12 − 8 =