ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କଲେ ଏମ୍‌ଏସ୍‌କେ ପ୍ରସାଦ

0 79

ନୂଆଦିଲ୍ଲୀ : ପୂର୍ବତନ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ଏମ୍‌.ଏସ୍‌.କେ ପ୍ରସାଦ ଦୀର୍ଘ ଦିନ ଧରି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟ ମଧ୍ୟରେ, ଫର୍ମରେ ଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରିନଥିଲେ, କିନ୍ତୁ ବର୍ତ୍ତମାନ ସେ ସୂର୍ଯ୍ୟକୁମାର ଯାଦବଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏମଏସକେ ପ୍ରସାଦ କହିଛନ୍ତି ଯେ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ ସମୟରେ ସୂର୍ଯ୍ୟକୁମାର ଯାଦବଙ୍କୁ ମୁଁ ଦେଖିବାକୁ ଚାହେଁ ।

hiring


ଭାରତୀୟ ଦଳ ଜୁଲାଇରେ ସୀମିତ ଓଭର ସିରିଜ୍‌ ପାଇଁ ଶ୍ରୀଲଙ୍କା ଗସ୍ତ କରିବ । ଏହି ଦଳରେ ଯେଉଁମାନେ ଇଂଲଣ୍ଡରେ ଗସ୍ତରେ ଅଛନ୍ତି ସେମାନେ ରହିବେ ନାହିଁ । ଏଭଳି ପରିସ୍ଥିତିରେ ଦ୍ୱିତୀୟ ପର୍ଯ୍ୟାୟ ଦଳ ଶ୍ରୀଲଙ୍କା ଯିବେ, ଯେଉଁଥିରେ ଅନେକ ଯୁବ ଖେଳାଳି ସୁଯୋଗ ପାଇବେ । ଯଦିଓ ଭାରତୀୟ ଚୟନକର୍ତ୍ତା ଦଳ ଚୟନ କରିନାହାଁନ୍ତି, ତଥାପି ପୂର୍ବତନ ଚୟନକର୍ତ୍ତା କହିଛନ୍ତି ଯେ ସେ ଶ୍ରୀଲଙ୍କା ଗସ୍ତରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖିବାକୁ ପସନ୍ଦ କରିବେ ।
ଇଂଲଣ୍ଡ ବିପକ୍ଷ ଟି -୨୦ ଅନ୍ତର୍ଜାତୀୟ ସିରିଜରେ ୩୦ ବର୍ଷୀୟ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଥିଲା ଏବଂ ସେ ସେହି ସୁଯୋଗ ସଦୁପଯୋଗ କରି ଦିନିକିଆ ଦଳରେ ସାମିଲ ହୋଇଥିଲେ । ଟାଇମ୍ସ ନାଓ ସହ କଥା ହେବାବେଳେ ଏମଏସକେ ପ୍ରସାଦ କହିଛନ୍ତି, “ସୂର୍ଯ୍ୟକୁମାର ଯାଦବଙ୍କୁ ଶ୍ରୀଲଙ୍କା ଗସ୍ତରେ ଦେଖିବାକୁ ଚାହେଁ । ସେ ଆହୁରି କହିଛନ୍ତି ଇଶାନ ଏବଂ ସଞ୍ଜୁଙ୍କ ପାଇଁ ମଧ୍ୟ ଏକ ଭଲ ସୁଯୋଗ ରହିଛି । ଇଂଲଣ୍ଡ ଗସ୍ତରେ ଷ୍ଟାଣ୍ଡବାଇ ଖେଳାଳି ଥିବା ଆଭେଶ ଖାନଙ୍କୁ ମଧ୍ୟ ଶ୍ରୀଲଙ୍କା ଗସ୍ତରେ ସାମିଲ କରିବାର ଥିଲା କିନ୍ତୁ ସେ ଏହି ଦଳରେ ସାମିଲ ହୋଇପାରୁନଥିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

9 − 7 =