ଆସନ୍ତା ଦୁଇ ବର୍ଷ ମଧ୍ୟ ଧୋନି ଆଇପିଏଲ୍‌ ଖେଳିବେ

0 91

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍‌ରେ ମହେନ୍ଦ୍ର ସିଂ ଧୋନି ସାମିଳ୍‌ ହୋଇ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେ ଚେନ୍ନାଇ ସୁପରକିଙ୍ଗିସ୍‌ (ସିଏସ୍‌କେ) ପାଇଁ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ୨୦୨୧ ଓ ୨୦୨୨ରେ ମଧ୍ୟ ଧୋନି ସିଏସ୍‌କେ ପାଇଁ ଖେଳିବେ ବୋଲି ଦଳର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କାଶୀ ବିଶ୍ୱନାଥନ୍‌ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । ଧୋନି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସିଜିନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିକଟତରେ ଧୋନି ରାଞ୍ଚି ଷ୍ଟାଡିୟମରେ ବୋଲିଂ ମେସିନ ସହାୟତାରେ ବ୍ୟାଟିଂ ଅଭ୍ୟାସ କରୁଥିବାର ଖବର ଆସିଥିଲା । ୧୬ ଅଗଷ୍ଟରେ ଧୋନି ଚେପକ୍‌ ଷ୍ଟାଡିୟମରେ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପରେ ଭାଗ ନେଇପାରନ୍ତି । ଚେନ୍ନାଇ ସୁପର କିଙ୍ଗସ୍‌ର ଟିମ୍‌ ଅଗଷ୍ଟ ୧୬ରୁ ସମସ୍ତ ଖେଳାଳିଙ୍କୁ ନେଇ ଚେପକ୍‌ ଷ୍ଟାଡିୟମରେ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିବାକୁ ବିଚାର କରୁଛି ।
ରାଞ୍ଚିର ଇଣ୍ଡୋର ଷ୍ଟାଡିୟମରେ ଧୋନି ଅଭ୍ୟାସ କରୁଥିବାର ଖବର ଆସିଥିଲା । ଖବର ମୁତାବକ ଚେପକ ଷ୍ଟାଡିୟମରେ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପରେ ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌ର ୧୫ଜଣ ସଦସ୍ୟ ଯୋଗଦେବାର ଯୋଜନା କରାଯାଉଛି । ଅଗଷ୍ଟ ୧୬ରୁ ୨୦ ପର୍ଯ୍ୟନ୍ତ ଏହି ଟ୍ରେନିଂ କ୍ୟାମ୍ପ ଚାଲିବ । ଏହା ପରେ ସମସ୍ତ ଖେଳାଳି ୟୁଏଇ ଅଭିମୁଖେ ବାହାରିବେ । ସେଠାରେ ଆଇପିଏଲ୍‌?ର ଆସନ୍ତା ସିଜିନ୍‌ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।
ଟିମ୍‌ କର୍ତ୍ତୃପକ୍ଷ ଅନୁଯାୟୀ, ଟ୍ରେନିଂ କ୍ୟାମ୍ପ ନେଇ ତାମିଲନାଡୁ ସରକାରଙ୍କୁ ପତ୍ର ଲେଖିସାରିଛନ୍ତି । ଏହାର ଉତ୍ତର ଆସିବା ବାକି ରହିଛି । ଯଦି ସରକାରଙ୍କ ଅନୁମତି ମିଳେ , ତେବେ ସମସ୍ତ ଭାରତୀୟ ଖେଳାଳିଙ୍କୁ ନେଇ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରାଯିବ । ଏହି କ୍ୟାମ୍ପ ପୂର୍ବରୁ ସମସ୍ତ ଖେଳାଳି ନିଜ ନିଜ ଗୃହରାଜ୍ୟରେ କୋଭିଡ଼-୧୯ ଟେଷ୍ଟ କରାଯିବ । ଏହା ପରେ ୧୭ ଓ ୧୮ରେ ପୁଣି ଥରେ କରୋନା ଟେଷ୍ଟ କରାଯିବ । ସିଏସ୍‌କେ ଟିମ୍‌ ୨୧ ଅଗଷ୍ଟକୁ ୟୁଏଇ ଅଭିମୁଖେ ବାହାରିବେ, କିନ୍ତୁ ଏହାର ବହୁ ଆଗରୁ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିବାକୁ ଯୋଜନା କରିଛି । ଧୋନି ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଚେନ୍ନାଇରେ ଅଭ୍ୟାସ ଆରମ୍ଭ କରିଦେଇଥିଲେ । ଚଳିତ ବର୍ଷ ୨୯ମାର୍ଚ୍ଚକୁ ଆଇପିଏଲ୍‌ ଖେଳାଯିବକୁ ଥିଲା, କିନ୍ତୁ ଦେଶରେ କରୋନା ସ୍ଥିତିକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହାକୁ ୟୁଏଇରେ କରିବାକୁ ଯୋଜନା କରାଯାଉଛି । ଧୋନି ୨୦୧୯ ବିଶ୍ୱ କପ୍‌ ଠାରୁ କୌଣସି ଅନ୍ତଃଜାର୍ତୀୟ ମ୍ୟାଚ୍‌ ଖେଳିନାହାନ୍ତି ।

hiranchal ad1
Leave A Reply

Your email address will not be published.

8 + twelve =